ନୂଆଦିଲ୍ଲୀ: କଂଗ୍ରେସର ସଂଗଠନ ଗଠନ ଅଭିଯାନରେ ଦିଲ୍ଲୀରେ ଆୟୋଜିତ ବୈଠକରେ କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟଗୁଡ଼ିକୁ ସତର୍କ କରିଛନ୍ତି। ମଧ୍ୟପ୍ରଦେଶ, ଓଡିଶା, ପଞ୍ଜାବ, ଝାଡ଼ଖଣ୍ଡ ଏବଂ ଉତ୍ତରାଖଣ୍ଡର କଂଗ୍ରେସ ନେତାମାନଙ୍କ ସହ ହୋଇଥିବା ଏହି ବୈଠକରେ ରାହୁଲ ଗାନ୍ଧୀ ସ୍ପଷ୍ଟ କରିଥିଲେ ଯେ, ମଧ୍ୟପ୍ରଦେଶରେ ହୋଇଥିବା ଭୁଲ ପୁନରାବୃତ୍ତି କୌଣସି ମୂଲ୍ୟରେ ହେବା ଉଚିତ୍ ନୁହେଁ।
ବୈଠକର ପ୍ରମୁଖ ପରାମର୍ଶ
- ଜିଲ୍ଲା ସଭାପତି ନିଯୁକ୍ତିରେ ସ୍ୱଚ୍ଛତା: ରାହୁଲ ଗାନ୍ଧୀ ଜୋର ଦେଇଥିଲେ ଯେ, ଭବିଷ୍ୟତରେ ନିଯୁକ୍ତି ପ୍ରକ୍ରିୟା ସୁସ୍ପଷ୍ଟ ଓ ନ୍ୟାୟସଙ୍ଗତ ହେବା ଆବଶ୍ୟକ।
- ମଧ୍ୟପ୍ରଦେଶର ଅନିୟମିତତା ପୁନରାବୃତ୍ତି ନହେଉ: ମଧ୍ୟପ୍ରଦେଶରେ ୧୪-୧୫ଟି ଜିଲ୍ଲାରେ ଅନୁଚିତ ନିଯୁକ୍ତି, ବାହାରର ଲୋକଙ୍କୁ ଜିଲ୍ଲାର ଦାୟିତ୍ୱ ଦେବା ଓ ଖରାପ ଭାବମୂର୍ତ୍ତିର ବ୍ୟକ୍ତିଙ୍କୁ ପଦବୀ ଦେବା ନେଇ ହାଇକମାଣ୍ଡ ଖପ୍ପା।
- ସତର୍କତା ଓ ପରାମର୍ଶ: ଓଡିଶା ସହ ଅନ୍ୟ ରାଜ୍ୟର ନେତୃତ୍ୱକୁ ସୁଚିନ୍ତିତ ଓ ନିୟମିତ ପ୍ରକ୍ରିୟାରେ ଜିଲ୍ଲା ସଭାପତି ବଛିବାକୁ ନିର୍ଦ୍ଦେଶ।
ଓଡିଶାରେ ସଂଗଠନୀୟ ପ୍ରସ୍ତୁତି
- ୩୫ ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି, ସେମାନେ ସେପ୍ଟେମ୍ବର ୨ରୁ ଓଡିଶା ଗସ୍ତ କରିବେ।
- ବ୍ଲକ୍ ସ୍ତରରେ ନେତାମାନଙ୍କ ସହିତ ଆଲୋଚନା ପରେ, ପ୍ରତ୍ୟେକ ଜିଲ୍ଲା ପାଇଁ ୬ଜଣ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାଁ AICCକୁ ପ୍ରସ୍ତାବ କରିବେ।
- ଦଳ ପ୍ରତି ଆନୁଗତ୍ୟ, ସୁସଂଗଠନୀୟ କ୍ଷମତା ଓ ସ୍ୱଚ୍ଛ ଭାବମୂର୍ତ୍ତି ଥିବାଙ୍କୁ ପ୍ରାଥମିକତା ଦିଆଯିବ।
- ପର୍ଯ୍ୟବେକ୍ଷକମାନଙ୍କୁ କୌଣସି ଚାପ କିମ୍ବା ଦଳୀୟ ପ୍ରଭାବରେ ପଡ଼ିବାକୁ ମନା କରାଯାଇଛି।