ନୂଆଦିଲ୍ଲୀ, ୪ ସେପ୍ଟେମ୍ବର: ଯମୁନା ନଦୀର ଫୁଲାଣିରେ ଦେଶର ରାଜଧାନୀ ଦିଲ୍ଲୀର ଜୀବନ ଦହଗଞ୍ଜ ହୋଇଯାଇଛି। ସାଧାରଣ ଲୋକଙ୍କୁ ନୁହେଁ, ପ୍ରଶାସନର ହୃଦୟକେନ୍ଦ୍ର ଦିଲ୍ଲୀ ସଚିବାଳୟ ପର୍ଯ୍ୟନ୍ତ ବନ୍ୟାରେ ଆବୃତ୍ତ ହୋଇଛି। ଘର, ରାସ୍ତା, କଲେଜ, ଅଫିସ – ସବୁଠାରେ ପାଣିର ରାଜ।
୨୦୧୩ ପରେ ସବୁଠାରୁ ଭୟାବହ ରୂପରେ ଏଥର ଯମୁନା ତଣ୍ଡବ କରିଛି। ରାଜଧାନୀର ତଳିଆ ଅଞ୍ଚଳଗୁଡିକ ଜଳାର୍ଣ୍ଣବ ହୋଇଯାଇଛି, ବୋଟ୍ ଚଲୁଥିବା ରାସ୍ତାରେ ଗାଡି ଅଚଳ। ରିଲିଫ କେନ୍ଦ୍ରମାନେ ବି ପାଣିରେ ବୁଡିଛି, ଯାହାରେ ବନ୍ୟାପୀଡ଼ିତମାନେ ପୁଣିଥରେ ସମସ୍ୟାରେ ପଡିଛନ୍ତି।
ପ୍ରଶାସନ ଲୋକଙ୍କୁ ସତର୍କ କରିଛି ଓ ସୁରକ୍ଷିତ ସ୍ଥାନକୁ ଯିବାକୁ କହିଛି। ଉଦ୍ଧାର କାମ ଜୋରଦାର ଚାଲିଥିବା ବେଳେ, ଦିଲ୍ଲୀ-ଏନ୍ସିଆର୍ରେ (ନୋଏଡା, ଗୁରୁଗ୍ରାମ, ଗାଜିଆବାଦ, ଫରିଦାବାଦ) ମଧ୍ୟ ସମାନ ସ୍ଥିତି।
ଗତ କିଛି ଦିନର ଲଗାଣ ବର୍ଷା ସ୍ଥିତିକୁ ଆହୁରି ଗମ୍ଭୀର କରିଦେଇଛି। ବେଲା ରୋଡ, ଅଲିପୁର ଓ NH-44 ଅଞ୍ଚଳରେ ପାଣି ବଢିଥିବା ବେଳେ, ଏକ ଓଭରବ୍ରିଜରେ ବିରାଟ ଗାତ ସୃଷ୍ଟି ହୋଇ ଅଟୋ ଦୁର୍ଘଟଣା ମଧ୍ୟ ଘଟିଛି।
ଦିଲ୍ଲୀରେ ଏହି ବନ୍ୟା ମଣିଷଙ୍କ ଅସହାୟତା ଓ ପ୍ରକୃତିର ଶକ୍ତିକୁ ପୁଣିଥରେ ପ୍ରକାଶ କରିଛି।