ନୂଆଦିଲ୍ଲୀ, ୪ ସେପ୍ଟେମ୍ବର: ଛୋଟ ବ୍ୟବସାୟୀ ଓ ଠେଲାବାଲାଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନା (PM SVANidhi) ଜୀବନ ରକ୍ଷାକାରୀ ପ୍ରମାଣ ହେଉଛି। ଏହି ଯୋଜନା ଅଧୀନରେ ବିନା କୌଣସି ସମ୍ପତ୍ତି ବନ୍ଧକରେ ୯୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଉଛି।
କରୋନା ସମୟରେ ସରକାର ୨୦୨୦ରେ ଏହି ଯୋଜନା ଆରମ୍ଭ କରିଥିଲା। ପୂର୍ବରୁ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ଲୋନ୍ ଦିଆଯାଉଥିଲା, କିନ୍ତୁ ଏବେ ଏହାକୁ ୧୦ ହଜାର ବୃଦ୍ଧି କରାଯାଇ ୯୦ ହଜାର କରାଯାଇଛି।
ତିନୋଟି ପର୍ଯ୍ୟାୟରେ ଋଣ
- ପ୍ରଥମ ପର୍ଯ୍ୟାୟ: ୧୫ ହଜାର ଟଙ୍କା
- ଦ୍ୱିତୀୟ ପର୍ଯ୍ୟାୟ: ୨୫ ହଜାର ଟଙ୍କା
- ତୃତୀୟ ପର୍ଯ୍ୟାୟ: ୫୦ ହଜାର ଟଙ୍କା
ଯେମାନେ ସମୟରେ ଋଣ ଫେରତ କରିଛନ୍ତି ଏବଂ ଭଲ କ୍ରେଡିଟ୍ ରେକର୍ଡ ରଖିଛନ୍ତି, ସେମାନେ ସହଜରେ ପରବର୍ତ୍ତୀ ପର୍ଯ୍ୟାୟରେ ଲୋନ୍ ପାଇପାରିବେ।
କେହି ପାଇପାରିବେ ଲାଭ?
- ସହରରେ ଠେଲାବାଲା, ଫୁଟପାଥ ବ୍ୟବସାୟୀ
- ନଗର ନିଗମ କିମ୍ବା ସ୍ଥାନୀୟ ସଂସ୍ଥାରେ ପଞ୍ଜୀକୃତ ବ୍ୟବସାୟୀ
କିପରି କରିବେ ଆବେଦନ?
- ନଗର ନିଗମ/ସ୍ଥାନୀୟ ସଂସ୍ଥାରେ ପଞ୍ଜୀକରଣ ଆବଶ୍ୟକ
- ଯେକୌଣସି ବ୍ୟାଙ୍କରେ ସିଧାସଳଖ ଯାଇ
- କିମ୍ବା ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ
୩୦ ଜୁଲାଇ ୨୦୨୫ ପର୍ଯ୍ୟନ୍ତ, ୬୮ ଲକ୍ଷରୁ ଅଧିକ ବ୍ୟବସାୟୀ ଏହି ଯୋଜନାରୁ ଲାଭ ଉଠାଇଛନ୍ତି।