ନୂଆଦିଲ୍ଲୀ: ଜାତୀୟ ଗଣତନ୍ତ୍ରିକ ମୋର୍ଚ୍ଚା (NDA) ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ଭାରତର ନୂଆ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଏହି ପଦ ଖାଲି ଥିଲା।
ଭୋଟିଂ ଫଳାଫଳ
ଆଜି ହୋଇଥିବା ଉପରାଷ୍ଟ୍ରପତି ନିର୍ବାଚନରେ—
- ସିପି ରାଧାକ୍ରିଷ୍ଣନ ପାଇଥିଲେ ୪୫୨ଟି ପ୍ରଥମ ପସନ୍ଦ ଭୋଟ।
- ବିପକ୍ଷ INDIA ମେଣ୍ଟ ପ୍ରାର୍ଥୀ ଜଷ୍ଟିସ ସୁଦର୍ଶନ ରେଡ୍ଡି ପାଇଥିଲେ ୩୦୦ଟି ଭୋଟ।
- ସମୁଦାୟ ୭୮୮ ଜଣ ଭୋଟର ମଧ୍ୟରୁ ୭୮୧ ଜଣ ଅଂଶଗ୍ରହଣ କରିଥିଲେ।
- ୭୬୭ଟି ଭୋଟ ପଡ଼ିଥିଲା, ଯେଉଁଥିରୁ ୭୫୨ଟି ବୈଧ।
- ଫଳରେ ସିପି ରାଧାକ୍ରିଷ୍ଣନ ୧୫୨ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।
ରାଧାକ୍ରିଷ୍ଣନଙ୍କ ପୂର୍ବ ଅନୁଭବ
- ତାମିଲନାଡ଼ୁରେ ଜନ୍ମ।
- 2023 ଜୁଲାଇ 31ରେ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ଶପଥ ନେଇଥିଲେ।
- ଏହା ପୂର୍ବରୁ ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ।
- 2004ରୁ 2007 ପର୍ଯ୍ୟନ୍ତ ତାମିଲନାଡୁ BJP ସଭାପତି ଥିଲେ।