ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନ (ସେପ୍ଟେମ୍ବର ୧୭)କୁ ସ୍ମରଣୀୟ କରିବା ପାଇଁ ବଲିଉଡ୍ ଅଭିନେତା ବିବେକ ଓବେରୟ ଗୁଜରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିଶ୍ୱର ସବୁଠାରୁ ବଡ଼ ରକ୍ତଦାନ ଶିବିର ଆୟୋଜନ କରିବେ। ସେ ଦେଶବାସୀଙ୍କୁ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବା ପାଇଁ ଆହ୍ୱାନ କରିଛନ୍ତି।
ଓବେରୟ କହିଛନ୍ତି ଯେ, ଅଖିଳ ଭାରତୀୟ ତେରାପନ୍ଥ ଯୁବକ ପରିଷଦ ୨୦୧୪ରୁ ପ୍ରତିବର୍ଷ ଏହି ମେଗା ରକ୍ତଦାନ ଶିବିରର ଆୟୋଜନ କରୁଛି। ସେହି ବର୍ଷରୁ ସେ ସକ୍ରିୟ ଭାବେ ଏହି ଅଭିଯାନ ସହିତ ଜଡ଼ିଥିଲେ। ୨୦୧୪ରେ ୧,୦୦,୨୧୨ ୟୁନିଟ୍ ରକ୍ତ ସଂଗ୍ରହ କରିବାରେ ସେମାନେ ବିଶ୍ୱରେକର୍ଡ୍ ସୃଷ୍ଟି କରିଥିଲେ।
ଏଥର ପ୍ରଥମଥର ପାଇଁ ୭୫ ହଜାର ଲୋକ ଏକେ ସହରେ ରକ୍ତଦାନ କରିବେ ବୋଲି ଆଶା କରାଯାଉଛି। ସେହିସହିତ ୭୫ଟି ଦେଶର ୭,୫୦୦ କେନ୍ଦ୍ରରେ ସମାନାନ୍ତରୀୟ ଶିବିର ହେବ। ଏଥିରେ ୩ ଲକ୍ଷରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ କରିବାକୁ ଲକ୍ଷ୍ୟ ଧରାଯାଇଛି।
ଉଲ୍ଲେଖନୀୟ, ବିବେକ ଓବେରୟ ୨୦୧୯ରେ ‘ପିଏମ ନରେନ୍ଦ୍ର ମୋଦୀ’ ସିନେମାରେ ପ୍ରଧାନମନ୍ତ୍ରୀଙ୍କ ଭୂମିକା ପାଳନ କରିଥିଲେ।