ଭୁବନେଶ୍ୱର: ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଆସନ୍ନ ନୂଆପଡ଼ା ବିଧାନସଭା ଉପ-ନିର୍ବାଚନ ପାଇଁ ସୋମବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସ୍ୱୀକୃତିପ୍ରାପ୍ତ ସମସ୍ତ ରାଜନୈତିକ ଦଳଙ୍କ ସହ ବୈଠକ ଅନୁଷ୍ଠିତ ହୋଇଛି।

୧ ଜୁଲାଇ ୨୦୨୫କୁ ଯୋଗ୍ୟତା ତାରିଖ ଭାବେ ବିବେଚନା କରି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR) ପ୍ରକ୍ରିୟା ବିଷୟରେ ଆଲୋଚନା କରାଯାଇଥିଲା। ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ. ଗୋପାଳନ ବୁଥ୍ ସ୍ତରୀୟ ଏଜେଣ୍ଟମାନେ ଶୀଘ୍ରତରେ ନିଯୁକ୍ତ ହୋଇ SSR ପ୍ରକ୍ରିୟାକୁ ତୃଣମୂଳ ସ୍ତରରେ ସଚଳ କରିବାର ଆବଶ୍ୟକତାରୁପରେ ଗୁରୁତ୍ୱ ଦେଇଥିଲେ।

ଏହି ବୈଠକରେ ନୂଆପଡ଼ା ବିଧାନସଭା ମଣ୍ଡଳୀର ଚିଠା ଭୋଟର ତାଲିକାର ସଫ୍ଟ କପି ମଧ୍ୟ ସମ୍ବନ୍ଧିତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ହସ୍ତାନ୍ତର କରାଯାଇଥିଲା।