ବାରିପଦା, 16 ସେପ୍ଟେମ୍ବର:
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଦିନିକିଆ ମୟୂରଭଞ୍ଜ ଗସ୍ତ ସମୟରେ ବାରିପଦାର ଶହୀଦ ସ୍ମୃତି ଭବନରେ ଜିଲ୍ଲା ପ୍ରଶାସନିକ ଅଧିକାରୀମାନଙ୍କ ସହ ବୈଠକ କରିଥିଲେ। ସେଥିରେ ଜାତୀୟ ଶିକ୍ଷା ନୀତି (NEP)ର କ୍ରିୟାନ୍ୱୟନ ସହିତ ଜିଲ୍ଲାରେ ଚାଲିଥିବା ବିଭିନ୍ନ ସରକାରୀ ଯୋଜନାର ଅଗ୍ରଗତି ବିଷୟରେ ସମୀକ୍ଷା କରାଯାଇଥିଲା।
ବୈଠକରେ ନବଜାତ ଶିଶୁଙ୍କ ପୋଷଣ ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟ ସୁନିଶ୍ଚିତକରଣ ଓ ଦକ୍ଷତା ବୃଦ୍ଧି ପର୍ଯ୍ୟନ୍ତ ଏକ ସମଗ୍ରୀକ ଯୋଜନା କିପରି କାର୍ଯ୍ୟକାରୀ ହୋଇପାରିବ, ତାହା ଉପରେ ଚର୍ଚ୍ଚା ହୋଇଥିଲା।