ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ୨୦୨୬ ଶିକ୍ଷାବର୍ଷ ପାଇଁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ତାରିଖ ପ୍ରକାଶ କରିଛି। ପରୀକ୍ଷାଗୁଡ଼ିକ ୨୦୨୬ ଫେବ୍ରୁଆରି ୧୭ରୁ ଜୁଲାଇ ୧୫ ପର୍ଯ୍ୟନ୍ତ ଚାଲିବ।

ସିବିଏସଇ ସୂଚନା ଅନୁଯାୟୀ, ସାରା ଭାରତ ସହିତ ୨୬ଟି ବିଦେଶୀ ଦେଶରେ ପ୍ରାୟ ୪୫ ଲକ୍ଷ ଛାତ୍ରଛାତ୍ରୀ ୨୦୪ଟି ବିଷୟରେ ପରୀକ୍ଷା ଦେବାକୁ ପ୍ରସ୍ତୁତ। ଲିଖିତ ପରୀକ୍ଷା ସହ, ବ୍ୟବହାରିକ, ମୂଲ୍ୟାଙ୍କନ ଓ ପରବର୍ତ୍ତୀ ପ୍ରକ୍ରିୟାକୁ ସମୟ ସୀମାରେ ସମାପ୍ତ କରିବା ପାଇଁ ସ୍ପଷ୍ଟ ରୋଡ୍‌ମ୍ୟାପ୍ ତିଆରି କରାଯାଇଛି।

ନିୟମାବଳୀ ଅନୁସାରେ, ପ୍ରତ୍ୟେକ ବିଷୟର ପରୀକ୍ଷା ଶେଷ ପରେ ୧୦ ଦିନ ମଧ୍ୟରେ ଉତ୍ତର ପତ୍ରିକା ମୂଲ୍ୟାଙ୍କନ ଆରମ୍ଭ ହେବ ଏବଂ ୧୨ ଦିନରେ ସମାପ୍ତ କରିବାର ଯୋଜନା ରହିଛି। ଉଦାହରଣ ସ୍ୱରୂପ, ୨୦ ଫେବ୍ରୁଆରି ୨୦୨୬ରେ ହେବାକୁ ଥିବା ଦ୍ୱାଦଶ ଶ୍ରେଣୀ ପଦାର୍ଥ ବିଜ୍ଞାନ ପରୀକ୍ଷାର ମୂଲ୍ୟାଙ୍କନ ୩ ମାର୍ଚ୍ଚରୁ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ହେବ।

ସିବିଏସଇ ଏହାକୁ ଅସ୍ଥାୟୀ ତାରିଖପତ୍ର ବୋଲି ସ୍ପଷ୍ଟ କରିଛି। ସ୍କୁଲଗୁଡ଼ିକ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ଦାଖଲ କରିବା ପରେ ଅନ୍ତିମ ତାରିଖପତ୍ର ପ୍ରକାଶିତ ହେବ।