ଆଇଫୋନ୍-୧୭ ଲଞ୍ଚ୍ ପରେ କମଳା ରଂଗର ମଡେଲ୍‌ (ଯାହାକୁ “ଭଗୱା” ବୋଲି ମଧ୍ୟ କୁହାଯାଉଛି) ନେଇ ଯୁବପିଢିଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ ଦେଖାଯାଇଛି। ବିଶେଷତଃ “ଆଇଫୋନ୍-୧୭ ପ୍ରୋ” ଓ “ଆଇଫୋନ୍-୧୭ ପ୍ରୋ ମାକ୍ସ” ପାଇଁ ଭାରୀ ଚାହିଦା ଥିବାରୁ ବଜାରରେ ଷ୍ଟକ୍ ଘାଟତି ସୃଷ୍ଟି ହୋଇଛି।

ଏହି ଅଭାବକୁ ମଧ୍ୟରାତିରେ କଳା ବଜାରୀକରଣରେ ପରିଣତ କରିଦେଇଛନ୍ତି କିଛି ଡିଲର୍। “ଭଗୱା” ଆଇଫୋନ୍‌କୁ ତୁରନ୍ତ ପାଇବାକୁ ଗ୍ରାହକମାନେ ସାଧାରଣ ମୂଲ୍ୟ ଉପରେ ଅତିରିକ୍ତ ଦେୟ ଦେଇ କିଣୁଛନ୍ତି। ଏହାକୁ ଏକ ପ୍ରକାରର କଳା ବଜାରୀକରଣ ବୋଲି ବିଶେଷଜ୍ଞମାନେ କହୁଛନ୍ତି।

ଆଇଫୋନ୍ ପ୍ରେମରେ ଡୁବିଥିବା ଯୁବପିଢିଙ୍କ କ୍ରେଜ୍‌ ଏପରି ଯେ, ଲଞ୍ଚ୍‌ ହେବାର ପୂର୍ବରାତିରୁ ବିଭିନ୍ନ ସ୍ଥାନରେ ମଲ୍‌ ଆଗରେ ଲମ୍ବା ଲାଇନ୍‌ ଲଗାଇଥିବାର ଖବର ମଧ୍ୟ ଆସିଥିଲା।

ନୂଆ ଆଇଫୋନ୍-୧୭ରେ ବ୍ୟାଟେରୀ ପ୍ରଦର୍ଶନ, କ୍ୟାମେରା କ୍ୱାଲିଟି ଓ ଅନ୍ୟାନ୍ୟ ଫିଚର୍ସ‌ରେ ପୂର୍ବ ମଡେଲ୍‌ଗୁଡ଼ିକଠାରୁ ବଡ଼ ପରିବର୍ତ୍ତନ ଥିବାକୁ ବ୍ୟବହାରକାରୀମାନେ କହିଛନ୍ତି।