ଦୁବାଇ: ଏସିଆ କପ୍ ସୁପର୍-୪ର ଶେଷ ମ୍ୟାଚ୍ରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି। ୨୦ ଓଭରରେ ଉଭୟ ଦଳ ୨୦୨/୫ ରନ୍ କରିଥିବାରୁ ମ୍ୟାଚ୍ ଟାଇ ହୋଇ ସୁପର୍ ଓଭରକୁ ପହଞ୍ଚିଥିଲା। ସୁପର୍ ଓଭରରେ ଅର୍ଶଦୀପ ସିଂହଙ୍କ ବୋଲିଂରେ ଶ୍ରୀଲଙ୍କା କେବଳ ୨ ରନ୍ କରି ୨ ୱିକେଟ୍ ହରାଇଥିଲା। ପ୍ରତିଦାନରେ, ସୂର୍ଯ୍ୟକୁମାର ଯାଦବ ପ୍ରଥମ ବଲ୍ରୁ ୩ ରନ୍ ନେଇ ଭାରତକୁ ଜିତାଇଥିଲେ।
ଭାରତ ପାଇଁ ଅଭିଷେକ ଶର୍ମା ୩୧ ବଲ୍ରୁ ୬୧ ରନ୍, ତିଳକ ବର୍ମା ୪୯* ରନ୍ ଏବଂ ସଂଜୁ ସାମସନ୍ ୩୯ ରନ୍ କରିଥିଲେ। ଅକ୍ଷର ପଟେଲ୍ ୨୧* ରନ୍ ଯୋଗଦାନ କରିଥିଲେ। ଶ୍ରୀଲଙ୍କା ପାଇଁ ପଥୁମ ନିଶଙ୍କା ୧୦୭ ରନ୍ର ସୁଦୃଢ ପାଳି ଖେଳିଥିଲେ, କୁସାଲ ପେରେରା ୫୮ ରନ୍ ଯୋଗ କରିଥିଲେ।
ଭାରତ ଏହି ବିଜୟ ସହିତ ଏସିଆ କପ୍ରେ କ୍ରମାଗତ ଷଷ୍ଠ ବିଜୟ ଦାଖଲ କରି ଫାଇନାଲ୍ ପୂର୍ବରୁ ଆତ୍ମବିଶ୍ବାସ ବଢ଼ାଇଛି। ରବିବାର ଫାଇନାଲ୍ରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବ, ଯାହା ୪୧ ବର୍ଷ ପରେ ପ୍ରଥମଥର ପାଇଁ ଏସିଆ କପ୍ ଫାଇନାଲ୍ରେ ହେବାକୁ ଯାଉଛି।
ସଂକ୍ଷିପ୍ତ ସ୍କୋର:
- ଭାରତ: ୨୦୨/୫ (ଅଭିଷେକ ଶର୍ମା ୬୧, ତିଳକ ବର୍ମା ୪୯*, ସଂଜୁ ସାମସନ୍ ୩୯, ଅକ୍ଷର ପଟେଲ୍ ୨୧*)
- ଶ୍ରୀଲଙ୍କା: ୨୦୨/୫ (ପଥୁମ ନିଶଙ୍କା ୧୦୭, କୁସାଲ ପେରେରା ୫୮, ଦାସୁନ ଶଣକା ୨୨*)