ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ ଅନୁଯାୟୀ, ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର ଅକ୍ଟୋବର ୮ ରୁ ୯, ୨୦୨୫ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସୁଛନ୍ତି। ଏହା ଷ୍ଟାରମରଙ୍କ ପ୍ରଥମ ସରକାରୀ ଭାରତ ଯାତ୍ରା ହେବ।
ଅକ୍ଟୋବର ୯ ରେ ମୁମ୍ବାଇରେ ଦୁଇ ପ୍ରଧାନମନ୍ତ୍ରୀ ଭାରତ-ୟୁକେ ବ୍ୟାପକ ରଣନୈତିକ ସହଭାଗୀତା ଉପରେ ଆଲୋଚନା କରିବେ ଏବଂ ଏହାର ପ୍ରଗତି ଅବଲୋକନ କରିବେ। ଏହି ସହଭାଗୀତା “ଭିଜନ ୨୦୩୫” ର ଢାଞ୍ଚା ଅଧୀନରେ ରହିଛି, ଯେଉଁଥିରେ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ଜଳବାୟୁ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସହିତ ମାନବିକ ସମ୍ପର୍କ ଭଳି ବିଭିନ୍ନ କ୍ଷେତ୍ରରେ ସହଯୋଗ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟ ରହିଛି।
ଏହା ସହିତ, ଦୁଇ ନେତା ଶିଳ୍ପ ଓ ବ୍ୟବସାୟୀ ନେତାଙ୍କ ସହିତ ଭାରତ-ୟୁକେ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତି (CEFTA) ଅନ୍ତର୍ଗତ ସୁଯୋଗ ବିଷୟରେ ମଧ୍ୟ ଆଲୋଚନା କରିବେ। ଦୁଇ ଦେଶର ନେତାମାନେ ଆଞ୍ଚଳିକ ଏବଂ ଜାତୀୟ ସ୍ତରର ଗୁରୁତ୍ୱପୂର୍ଣ୍ଣ ମୁଦ୍ଦା ଉପରେ ମଧ୍ୟ ମତବିନିମୟ କରିବେ।
ପ୍ରଧାନମନ୍ତ୍ରୀ ମୋଦୀ ଓ ଷ୍ଟାରମର ମୁମ୍ବାଇରେ ଆୟୋଜିତ ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟ ର ଛଠ ତମ ସଂସ୍କରଣରେ ଯୋଗଦେଇ ମୁଖ୍ୟ ଭାଷଣ ଦେବେ। ସେଠାରେ ସେମାନେ ଶିଳ୍ପ ବିଶେଷଜ୍ଞ, ନୀତି ନିର୍ଦ୍ଧାରକ ଓ ନବସୃଜନକାରୀଙ୍କ ସହିତ ମଧ୍ୟ ସାକ୍ଷାତ କରିବେ।