ସୁରଟ: ଛଟ୍ ପୂଜା ଆସୁଥିବାରୁ ଦେଶର ବିଭିନ୍ନ ଅଞ୍ଚଳରେ ଲୋକ ଘରକୁ ଫେରୁଥିବା ବେଳେ ଗୁଜୁରାଟର ସୁରଟ ଉଧନା ଷ୍ଟେସନରେ ଭୟାବହ ଭିଡ଼ ଦେଖିବାକୁ ମିଳିଛି। ସେଠାରେ ଲୋକଙ୍କ ଭିଡ଼ ଏତେ ବଢିଯାଇଛି ଯେ ପ୍ରାୟ ୧ କିଲୋମିଟର ଯାଏଁ ଲମ୍ବା ଲାଇନ୍ ଲାଗିଯାଇଛି। ଟ୍ରେନରେ ଚଢିବା ପାଇଁ ହଜାର ହଜାର ଯାତ୍ରୀ ଧାଡ଼ିରେ ଠିଆ ହୋଇଛନ୍ତି।
ସୂଚନା ଅନୁସାରେ, ଉଧନା ଷ୍ଟେସନରୁ ପ୍ରାୟ ୬ ହଜାରରୁ ଅଧିକ ଯାତ୍ରୀ ବିହାର ଏବଂ ପୂର୍ବ ଭାରତ ଅଞ୍ଚଳକୁ ଯାଉଥିବା ବେଳେ ଏହି ଅଭୂତପୂର୍ବ ଭିଡ଼ ଦେଖିବାକୁ ମିଳିଛି। ଯାତ୍ରୀମାନେ କହିଛନ୍ତି ଯେ କେହି କେହି ୧୦ ଘଣ୍ଟା ଧରି ଲାଇନ୍ରେ ଠିଆ ହୋଇ ଅପେକ୍ଷା କରିବା ପରେ ଷ୍ଟେସନରେ ପହଞ୍ଚିପାରିଛନ୍ତି।
ଛଟ ପୂଜା ଏବଂ ବିହାର ନିର୍ବାଚନ ଥିବାରୁ ଲୋକେ ଏକାଠରେ ଘରକୁ ଫେରି ଛୁଟି କାଟିବାକୁ ଯାଉଛନ୍ତି, ଯାହା ଫଳରେ ରେଳ ଷ୍ଟେସନରେ ହଠାତ୍ ଭିଡ଼ ବଢିଯାଇଛି।
ସେହି ସମୟରେ ଭିଡ଼ ଏତେ ବେସି ହେବାରୁ ଅନେକ ଯାତ୍ରୀ ହନ୍ତସନ୍ତ ହୋଇ ରାସ୍ତାରେ ଅପେକ୍ଷାରେ ରହିଛନ୍ତି। ଅନେକେ ରେଳ ବିଭାଗକୁ ଏହି ଅବ୍ୟବସ୍ଥା ପାଇଁ ଦାୟୀ କରିଛନ୍ତି ଏବଂ ଅଧିକ ଟ୍ରେନ୍ ଚାଲୁ କରିବା ପାଇଁ ଦାବି କରିଛନ୍ତି।





