ସହରସା (ବିହାର): ବିହାରର ସହରସା ଜିଲ୍ଲାରେ ଶୁକ୍ରବାର ଜନସେବା ଏକ୍ସପ୍ରେସ ଟ୍ରେନ (ନମ୍ବର ୧୪୬୧୮)ର ଗୋଟିଏ ବଗିରେ ହଠାତ୍ ନିଆଁ ଲାଗିଯାଇଥିଲା । ଅମୃତସରରୁ ସହରସାକୁ ଯାଉଥିବା ଏହି ଟ୍ରେନ୍ରେ ଘଟିଥିବା ଏହି ଘଟଣାରେ ଯାତ୍ରୀମାନେ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଥିଲା । ତେବେ ସୌଭାଗ୍ୟବଶତଃ ନିଆଁକୁ ସମୟରେ ନିୟନ୍ତ୍ରଣ କରି ପାରିଥିବାରୁ କୌଣସି ଆହତ ବା ଜୀବହାନି ହୋଇନି ।
ଘଟଣାଟି ସୋନବର୍ଷା କଚାରୀ ଷ୍ଟେସନ ନିକଟରେ ଘଟିଥିଲା । ଟ୍ରେନ୍ ପୂର୍ଣ୍ଣ ଗତିରେ ଚାଲୁଥିବା ସମୟରେ କିଛି ଯାତ୍ରୀ ଏକ ବଗିରୁ ଧୂଆଁ ଓ ଅଗ୍ନି ଦେଖିଥିଲେ । ଏହା ଦେଖି ତୁରନ୍ତ ଟ୍ରେନ୍ଟିକୁ ଅଟକାଯାଇଥିଲା ଓ ରେଳ କର୍ମଚାରୀ ଏବଂ ସ୍ଥାନୀୟ ପ୍ରଶାସନ ମିଳି ନିଆଁ ନିରୋଧ କାମରେ ଲାଗିଥିଲେ । ସେମାନଙ୍କର ତ୍ୱରିତ ପଦକ୍ଷେପରୁ ନିଆଁ ବ୍ୟାପିବା ପୂର୍ବରୁ ନିୟନ୍ତ୍ରଣ ହୋଇ ଏକ ବଡ଼ ଦୁର୍ଘଟଣା ଟଳିଗଲା ।
ଘଟଣା ପରେ ରେଳ ପ୍ରଶାସନ ପକ୍ଷରୁ ଟ୍ରେନ୍ର ସମ୍ପୂର୍ଣ୍ଣ ଯାଞ୍ଚ କରାଯାଇଥିଲା । ସୁରକ୍ଷା ଯାଞ୍ଚ ସମ୍ପନ୍ନ ହେବା ପରେ ଟ୍ରେନ୍କୁ ପୁଣି ଗନ୍ତବ୍ୟସ୍ଥଳ ସହରସା ଦିଗରେ ଛାଡ଼ାଯାଇଥିଲା । ସର୍ବଶେଷ ସୂଚନା ଅନୁସାରେ, ଟ୍ରେନ୍ଟି ସୁରକ୍ଷିତ ଭାବେ ସହରସା ଷ୍ଟେସନ ପହଞ୍ଚି ଯାଇଛି ।





