ଭୁବନେଶ୍ୱର: ଜାତୀୟ ଓବିସି (OBC) କମିସନ ଆସନ୍ତା ୨୯ ତାରିଖରେ ଓଡିଶାରେ ଏକ ଗୁରୁତ୍ୱପୂର୍ଣ୍ଣ ଆପତ୍ତି ଅଭିଯୋଗ ଶୁଣାଣି କରିବ। ଏହି ଶୁଣାଣିରେ କେଉଁ ନୂତନ ଜାତିଗୁଡ଼ିକୁ ଜାତୀୟ ପଛୁଆ ବର୍ଗ (OBC) ତାଲିକାରେ ସାମିଲ କରିବା ଦରକାର, ସେଥିପାଇଁ ସମୀକ୍ଷା ହେବ।
ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ କହିଛନ୍ତି ଯେ ଜାତୀୟ ଓବିସି କମିସନ ଭୁବନେଶ୍ୱରରେ ଶୁଣାଣି କରିବାକୁ ଆସୁଛି ଏବଂ ଓବିସି ବର୍ଗର ସମସ୍ତଙ୍କୁ ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଏନେଇ ସମସ୍ତ ପ୍ରସ୍ତୁତି ଜୋରଦାର ଭାବରେ ଚାଲିଛି।
କମିସନ ଦୁଇ ଦିନିଆ ଗସ୍ତରେ ଓଡିଶା ଆସିବ, ଯେଉଁଠି ୨୯ ଓ ୩୦ ତାରିଖରେ ମତାମତ ସଂଗ୍ରହ ଓ ଅଭିଯୋଗ ଶୁଣାଣି କରାଯିବ। ପ୍ରଥମ ଦିନ ରାଜ୍ୟ ଅତିଥି ଭବନରେ ସାର୍ବଜନିକ ଶୁଣାଣି ହେବ, ଯେଉଁଠି ଓବିସି ବର୍ଗର ଲୋକେ ତାଙ୍କ ସମସ୍ୟା ଏବଂ ଦାବି ନେଇ ସିଧାସଳଖ କମିସନ ସମ୍ମୁଖରେ ଜଣାଇ ପାରିବେ।
ଏହାସହ ରାଜଧାନୀ ଭୁବନେଶ୍ୱର ସହିତ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ କମିସନ ପକ୍ଷରୁ କ୍ୟାମ୍ପ ଲଗାଇ ଅଭିଯୋଗ ଗ୍ରହଣ ଓ ସୁନାଣି ପ୍ରକ୍ରିୟା ଚାଲିବ।





