ସିଡ୍ନୀ/ଅଷ୍ଟ୍ରେଲିଆ, ୨୬ ଅକ୍ଟୋବର: ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ବିଜୟ ଦେଇଥିବା ରୋହିତ ଶର୍ମା ଘରକୁ ଫେରିବା ସମୟରେ ନିଜ ଭାବନା ଜଣାଇଛନ୍ତି। ସିଡ୍ନୀରେ ଶେଷ ମ୍ୟାଚ୍ ପରେ ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ରୋହିତ ଲେଖିଛନ୍ତି — “ଶେଷ ଥର ପାଇଁ, ସିଡ୍ନୀରୁ ବିଦାୟ ନେଉଛି।” ଏହି ପୋଷ୍ଟ୍ ଦେଖି ତାଙ୍କ ଅବସର ସମ୍ଭାବନା ନେଇ ଫ୍ୟାନ୍ମାନେ ଅନୁମାନ କରିଛନ୍ତି।

୩୮ ବର୍ଷୀୟ ରୋହିତ ଶର୍ମା ଏହି ସିରିଜ୍‌ରେ ଅପୂର୍ବ ପ୍ରଦର୍ଶନ କରି ୩ ମ୍ୟାଚ୍‌ରେ ମୋଟ୍ ୨୦୨ ରନ୍ କରିଥିଲେ, ଯାହା ମଧ୍ୟରୁ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ଥିଲା। ସିଡ୍ନୀର ଶେଷ ମ୍ୟାଚ୍‌ରେ ତାଙ୍କ ୧୨୧ ରନ୍‌ର ଅପରାଜିତ ଇନିଂସ୍ ଭାରତକୁ ୯ ୱିକେଟ୍‌ରେ ବିଜୟ ଦେଇଥିଲା। ଏହା ପରେ ସେ ‘ପ୍ଲେୟାର୍ ଅଫ୍ ଦି ସିରିଜ୍’ ବିବେଚିତ ହୋଇଥିଲେ।

ମ୍ୟାଚ୍ ଶେଷରେ ରୋହିତ କହିଥିଲେ, “ଅଷ୍ଟ୍ରେଲିଆରେ ଖେଳିବା ସଦା ଏକ ବିଶେଷ ଅନୁଭବ ଥିଲା। ବିଜୟ ସହିତ ଶେଷ କରିବାରେ ଅସମାନ୍ୟ ସନ୍ତୋଷ ମିଳିଲା।”

ଏବେ ରୋହିତ ଓ ବିରାଟ କୋହଲି ଆସନ୍ତା ଦକ୍ଷିଣ ଆଫ୍ରିକା ସିରିଜ୍‌ରେ ଦଳକୁ ନେତୃତ୍ୱ ଦେବେ ବୋଲି ଆଶା କରାଯାଉଛି। ଦୁଇଜଣେ ହିଁ ଘରୋଇ କ୍ରିକେଟ୍ ଏବଂ ବିଜୟ ହଜାରେ ଟ୍ରଫିରେ ଭାଗ ନେଇ ୨୦୨୭ ଏକଦିବସୀୟ ବିଶ୍ୱକପ ପାଇଁ ତିଆରି କରିବେ ବୋଲି ଖବର।