କଟକ: ବ୍ରହ୍ମପୁର ଜିଲ୍ଲାର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ (ଏସପି)ଙ୍କ ପାଇଁ ଏବେ ସମସ୍ୟାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ବିଜେପି ନେତା ଓ ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲା ସମ୍ପର୍କରେ ଏସପି ଗଣମାଧ୍ୟମରେ ଯାହା ବୟାନ ଦେଇଥିଲେ, ତାହା ହାଇକୋର୍ଟରେ ବିଚାରାଧୀନ ବ୍ରହ୍ମପୁର ବିଧାନସଭା ଆସନ ସଂପର୍କିତ ନିର୍ବାଚନୀ ମାମଲା ସହ ଜଡିତ ଥିବାରୁ ଅଦାଲତ ଏହାକୁ ଗୁରୁତ୍ୱ ସହ କଣ୍ଠୀଗତ କରିଛି।

ହାଇକୋର୍ଟ ବ୍ରହ୍ମପୁର ଏସପିଙ୍କୁ ନିର୍ଦ୍ଦେଶ ଦେଇଛି ଯେ, ସେ କେଉଁ ପରିସ୍ଥିତି ଓ କାହିଁକି ଏପରି ବକ୍ତବ୍ୟ ରଖିଥିଲେ, ତାହା ସମ୍ପର୍କରେ ଲିଖିତ ସ୍ପଷ୍ଟୀକରଣ ଦାଖଲ କରନ୍ତୁ। ଏହି ସ୍ପଷ୍ଟୀକରଣ ନଭେମ୍ବର ୭ ସୁଦ୍ଧା ଦାଖଲ କରିବାକୁ ଆଦେଶ ଦିଆଯାଇଛି।

ଏହି ନିର୍ଦ୍ଦେଶ ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଦ୍ୱାରା ଦିଆଯାଇଛି। ଅଦାଲତ ଏହି ଘଟଣାକୁ ଅଦାଲତ ଅବମାନନା ସମ୍ଭାବନାରେ ଗ୍ରହଣ କରିଛି ଓ ସ୍ପଷ୍ଟୀକରଣ ଆବଶ୍ୟକ ବୋଲି ମନେ କରିଛି।

ଆଜିର ଶୁଣାଣି ସମୟରେ ନିର୍ବାଚନୀ ମାମଲାର ଆବେଦକ ମନୋଜ କୁମାର ପଣ୍ଡା ଦ୍ୱାରା ଏକ ସତ୍ୟପାଠ ଦାଖଲ ହୋଇଥିଲା। ସେଥିରେ ଦାବି କରାଯାଇଛି ଯେ ଅକ୍ଟୋବର ୨୨ ତାରିଖରେ ତିନି ଜଣ ସାଧା ପୋଷାକରେ ଥିବା ପୁଲିସ କର୍ମଚାରୀ ତାଙ୍କୁ ବଳପୂର୍ବକ ଗାଡ଼ିରେ ନେଇ ଅକ୍ଟୋବର ୨୪ ପର୍ଯ୍ୟନ୍ତ ଅଟକ ରଖିଥିଲେ ଓ ନିର୍ବାଚନୀ ମାମଲା ସମ୍ପର୍କରେ ପ୍ରଶ୍ନ କରିଥିଲେ।

ସେହି ସତ୍ୟପାଠ ସହ ଏକ ଇଂରାଜୀ ଖବରକାଗଜର ରିପୋର୍ଟ ମଧ୍ୟ ଦାଖଲ କରାଯାଇଥିଲା, ଯେଉଁଥିରେ ବ୍ରହ୍ମପୁର ଏସପି ଜଣେ ହତ୍ୟା ମାମଲା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନୀ ମୋକଦ୍ଦମା ବିଷୟରେ ଟିପ୍ପଣୀ ଦେଇଥିବା ଉଲ୍ଲେଖ ରହିଛି।

ହାଇକୋର୍ଟ ଏହାକୁ ଉଦ୍ବେଗଜନକ ବୋଲି ମନେ କରିଛି ଓ କହିଛି ଯେ ଯଦି ଏହା ସତ ହୋଇଥାଏ, ତେବେ ଏକ ବରିଷ୍ଠ ପୁଲିସ ଅଧିକାରୀଙ୍କ ପକ୍ଷରୁ ଏପରି ଟୀପ୍ପଣୀ ଦେବା ଅନୁଚିତ ଓ ଅଦାଲତ ଅବମାନନା ସଦୃଶ।

ଦୁଇ ପକ୍ଷର ବରିଷ୍ଠ ଆଇନଜୀବୀ ମଧ୍ୟ ଦର୍ଶାଇଛନ୍ତି ଯେ ଏସପିଙ୍କ ସାମ୍ବାଦିକ ସମ୍ମିଳନୀର ଭିଡିଓ ଉପଲବ୍ଧ ଅଛି ଓ ସେଥିରେ ନିର୍ବାଚନୀ ମାମଲାର ଫଳାଫଳ ସମ୍ପର୍କରେ ଏସପି ଟିପ୍ପଣୀ ଦେଇଥିବା ଦେଖିବାକୁ ମିଳିଛି।

ହାଇକୋର୍ଟ ଅତିରିକ୍ତ ସରକାରୀ ଓକିଲଙ୍କୁ (A.G.A.) ଏହି ନିର୍ଦ୍ଦେଶ ସହ ସତ୍ୟପାଠ ର କପି ଦେବାକୁ କହିଛି ଓ ସେମାନଙ୍କୁ ଆଗାମୀ ଶୁଣାଣିରେ ସରକାର ପକ୍ଷରୁ ମତ ରଖିବାକୁ ନିର୍ଦ୍ଦେଶ ଦେଇଛି।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୭ ରେ ହେବ।