ମାଲକାନଗିରି: ମାଲକାନଗିରି ପୁଲିସ ଏକ ଅଭିନବ ଅଭିଯାନରେ ୬୦ କିଲୋ ତରଳ ଗଂଜେଇ ଜବତ କରିଛି। ଏହି ଗଂଜେଇର ଆନ୍ଦାଜିକ ମୂଲ୍ୟ ୮ କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି। ଚିତ୍ରକୋଣ୍ଡା ଆଞ୍ଚଳରୁ ଏହି ତରଳ ଗଂଜେଇକୁ ଚୋରାଚାଲାଣ ପାଇଁ ପ୍ରସ୍ତୁତ କରାଯାଉଥିଲା।

ଚିତ୍ରକୋଣ୍ଡା ଅଞ୍ଚଳରେ ଚାଲାଣ ଯୋଜନା

ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ୮ ଜଣ ସନ୍ଦିଗ୍ଧ ବ୍ୟକ୍ତି ଏସାର ଛକ ନିକଟରେ ଏକତ୍ରିତ ହୋଇଥିଲେ। ପୁଲିସ ସେହି ସ୍ଥାନରେ ପହଂଚିବା ସହିତେ ସନ୍ଦିଗ୍ଧମାନେ ପଳାଇବାକୁ ଚେଷ୍ଟା କରିଥିଲେ। ଜଂଗଲ ଅଞ୍ଚଳ ହେବାରୁ ସେମାନେ ଖସି ପଳାଇଥିଲେ, କିନ୍ତୁ ପୁଲିସ ସେଠାରୁ ୮ଟି ବାଇକ ଏବଂ ୬୦ କିଲୋ ଗଂଜେଇ ତେଲ ଜବତ କରିଛି।

ପୁଲିସର ସୂଚନା

ଏସପି ବିନୋ ପାଟିଲ ଏଚ୍ କହିଛନ୍ତି ଯେ ଏହି ଗଂଜେଇ ତେଲର ମୂଲ୍ୟ ୮ କୋଟି ଟଙ୍କା ହେବ। ଓଡ଼ିଶାରେ ଏଭଳି ତରଳ ଗଂଜେଇ ଚାଲାଣ ପ୍ରଥମ ଥର ପ୍ରକାଶ ଆସିଥିବାରୁ ଏହା ପୁଲିସ ପାଇଁ ଏକ ନୂତନ ଚ୍ୟାଲେଞ୍ଜ ହୋଇଛି। ପୂର୍ବରୁ ଏଭଳି ଚାଲାଣ ହେଉଥିଲେ ମଧ୍ୟ ତାହା ପୁଲିସର ଆଖି ଆସିନଥିଲା।

ଦୁର୍ଗମ ଅଞ୍ଚଳରେ ପ୍ରସ୍ତୁତି ସନ୍ଦେହ

ପୁଲିସ ଅନୁମାନ କରୁଛି ଯେ ଏହି ତରଳ ଗଂଜେଇ ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ପ୍ରସ୍ତୁତ କରାଯାଉଛି। ଏହି ଚାଲାଣର ମୁଖ୍ୟ ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ତଦନ୍ତ ଜୋରଦାର ହୋଇଛି।

ମାମଲା ରୁଜୁ

ଏହି ଘଟଣା ସମ୍ବନ୍ଧରେ ଚିତ୍ରକୋଣ୍ଡା ଥାନାରେ କେସ୍ ନମ୍ବର ୨୧୩/୨୦୨୫ ରେ ଏନଡିପିଏସ୍‌ ଆଇନର ଧାରା ୨୦(ବି), ୨୦(୨)(ସି), ୨୫ ଓ ୨୯ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ରଶ୍ମି ରଂଜନ ସେନାପତି, ବାଲିମେଳା ଏସଡିପିଓ ପ୍ରୋଦଶ ପ୍ରଧାନ ଏବଂ ଚିତ୍ରକୋଣ୍ଡା ଆଇଆଇସି ନାରାୟଣ ଖଣ୍ଡାଇ ଉପସ୍ଥିତ ଥିଲେ।