ହୁଗ୍ଲି (ପଶ୍ଚିମବଙ୍ଗ): ତାରକେଶ୍ୱର ରେଳଷ୍ଟେସନ ପରିସରରେ ଏକ ହୃଦୟବିଦାରକ ଘଟଣା ଆଲୋକରେ ଆସିଛି। ଜଣେ ଜେଜେବାପାଙ୍କ ବିରୋଧରେ ନିଜ ୪ ବର୍ଷର ନାତୁଣୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ପୁଲିସ ସୂତ୍ର ଅନୁଯାୟୀ, ଶିଶୁଟି ରାତିରେ ଜେଜେମାଆ ସହ ଶୋଇଥିବା ବେଳେ ଜେଜେବାପା ତାକୁ ମଶାରି ତଳୁ ଟେକିନେଇ ଯାଇଥିଲେ।
ପରେ ଭୋର ସମୟରେ ଶିଶୁଟି ନିଖୋଜ ହେବା ପରେ ପରିବାର ଲୋକେ ଖୋଜି ଷ୍ଟେସନ ନିକଟର ଏକ ନାଳ ପାଖରେ ତାକୁ ଗୁରୁତର ଅବସ୍ଥାରେ ରକ୍ତାକ୍ତ ଅବସ୍ଥାରେ ମିଳିଥିଲେ। ତାକୁ ତୁରନ୍ତ ତାରକେଶ୍ୱର ଗ୍ରାମୀଣ ଡାକ୍ତରଖାନାକୁ ନେଇ ଚିକିତ୍ସା ଯୋଗାଇଦିଆଯାଇଥିଲା। ଏହାପରେ ଶିଶୁକୁ ଅଧିକ ପରୀକ୍ଷା ପାଇଁ ଚନ୍ଦନନଗର ହସ୍ପିଟାଲକୁ ରେଫର କରାଯାଇଛି।
ପୁଲିସ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଜେଜେବାପାକୁ ଗିରଫ କରାଯାଇଛି ଏବଂ ଘଟଣାର ତଦନ୍ତ ଚାଲିଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଆକ୍ରୋଶ ଦେଖାଯାଇଛି।
ଏପରିସରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ସୋସିଆଲ ମିଡିଆ ମାଧ୍ୟମରେ ରାଜ୍ୟ ସରକାରଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, “ଏକ ଶିଶୁ ନିର୍ଯାତନାର ଶିକାର ହେଲା, କିନ୍ତୁ ପୁଲିସ ତୁରନ୍ତ ଏଫଆଇଆର ପଞ୍ଜିକୃତ କରିନଥିଲେ। ଏହା ଦୁଃଖଜନକ ଓ ଲଜ୍ଜାଜନକ।”
ଘଟଣା ନେଇ ସମଗ୍ର ଅଞ୍ଚଳରେ ନିନ୍ଦା ଜଣାଯାଇଛି ଏବଂ ଦୋଷୀଙ୍କ ବିରୋଧରେ କଠୋର ଶାସନ ଦାବି ଉଠିଛି।





