ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନର ଚତୁର୍ଥ ରାଉଣ୍ଡ ଗଣନା ଫଳାଫଳ ପ୍ରକାଶ ପାଇଛି ଏବଂ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଭାରୀ ଆଗୁଆ ଅବସ୍ଥାନରେ ଅଛନ୍ତି। ଚତୁର୍ଥ ରାଉଣ୍ଡରେ ସେ ୧୮,୯୦୩ ଭୋଟ ପାଇଥିବା ବେଳେ ସେଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ବୀ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୬,୦୮୮ ଭୋଟ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ଏଣେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୫,୩୨୦ ଭୋଟ ପାଇ ତୃତୀୟ ସ୍ଥାନକୁ ଖସିପଡ଼ିଛନ୍ତି।

୧୨,୮୧୫ ଭୋଟରେ ଆଗୁଆ ଜୟ ଢୋଲକିଆ

ଚତୁର୍ଥ ରାଉଣ୍ଡ ଶେଷରେ ଜୟ ଢୋଲକିଆ ସମୁଦାୟରେ ୧୨,୮୧୫ ଭୋଟର ବ୍ୟବଧାନରେ ଆଗରେ ଅଛନ୍ତି, ଯାହା ବିଜେପି ଶିବିରରେ ଉତ୍ସାହ ସୃଷ୍ଟି କରିଛି।

ମତଗଣନା ଜାରି; କଠୋର ସୁରକ୍ଷା ବ୍ୟବସ୍ଥା

ନୂଆପଡ଼ା ଉପନିର୍ବାଚନରେ ମତଗଣନା ଜାରି ରହିଛି।

  • ଷ୍ଟ୍ରଙ୍ଗ ରୁମରୁ ଇଭିଏମ ଖୋଲାଯାଇଛି
  • ପୋଷ୍ଟାଲ ବାଲଟ୍ ଓ ଇଭିଏମ — ଦୁହିଁର ଗଣନା ସାଥିସାଥି ଚାଲିଛି
  • ମୋଟ ୩୫୮ଟି ବୁଥ
  • ୧୪ଟି ଗଣନା ଟେବୁଲ
  • ମୋଟ ୨୬ଟି ରାଉଣ୍ଡରେ ଗଣତି

ପ୍ରଶାସନ ପକ୍ଷରୁ ମତଗଣନା କେନ୍ଦ୍ରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ଯାହା ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଶାନ୍ତିପୂର୍ଣ୍ଣ ଓ ସୁଚାରୁ କରିବାକୁ ସୁନିଶ୍ଚିତ କରୁଛି।