ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନରେ ବିଜେପିର ବ୍ୟାପକ ବିଜୟ ଓ ବିଜେଡିର ତୀବ୍ର ପରାଜୟ ପରେ ବିଜେଡି ଭିତରେ ନାରାଜିର ସ୍ୱର ଜୋରଦାର ହେବାକୁ ଆରମ୍ଭ କରିଛି। ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ପରାଜୟ ପରେ ଦୁଇଟି କଟୁକ୍ଷ ପୋଷ୍ଟ କରି ପୁଣିଥରେ ଦଳୀୟ ନେତୃତ୍ୱକୁ ସିଧା ଆକ୍ରମଣ କରିଛନ୍ତି। ଏଥିରେ ନେତା ଚୟନ, ‘ମାମୁଘର’ ନାରାଟିଭ୍‌, ଏବଂ ‘ଭଣ୍ଡ ସନ୍ୟାସୀ’ଙ୍କ ଚକ୍ରାନ୍ତକୁ ସେ ପୁଣିଥରେ ଉଠାଇଛନ୍ତି।

“ପ୍ରମାଣିତ ହେଲା ଚକ୍ରାନ୍ତ”—ଶ୍ରୀମୟୀଙ୍କ ପ୍ରଥମ ପ୍ରତିକ୍ରିୟା

ଶ୍ରୀମୟୀ ମିଶ୍ର ପ୍ରଥମ ପୋଷ୍ଟରେ ସିଧା କହିଛନ୍ତି ଯେ ବିଜେଡିର ଭିତରେ ଥିବା ‘ଭଣ୍ଡ ସନ୍ୟାସୀ’ଙ୍କ ଚକ୍ରାନ୍ତ ଏବେ ସବୁଙ୍କ ସାମ୍ନାରେ ଖୋଲା ହୋଇଗଲା।

ସେ ଲେଖିଛନ୍ତି ଯେ—

  • ଅତାବିରାରେ ୩୦ହଜାର ବ୍ୟବଧାନରେ ଯେଉଁ ପ୍ରାର୍ଥୀ ପରାଜିତ ହୋଇଥିଲେ, ସେମାନଙ୍କୁ ନୂଆପଡ଼ାରେ ଲଦି ଦେବା ନିଷ୍ପତ୍ତି ଭୁଲ।
  • ନୂଆପଡ଼ା ଅଞ୍ଚଳରେ ଯୋଗ୍ୟ ନେତା ଅଛନ୍ତି, ତଥାପି ଚାଟୁକାର ଗୋଷ୍ଠୀ ଇଚ୍ଛାକୃତ ଭାବେ ଭିନ୍ନ ନିଷ୍ପତ୍ତି ନେଲେ।
  • ନବୀନ ପଟ୍ଟନାୟକଙ୍କ ବାର୍ଦ୍ଧକ୍ୟ ଓ ଶାରୀରିକ ସମସ୍ୟା ଜାଣି ମଧ୍ୟ ଟିମ୍ ‘ଭାଇରସ୍‌’ ନିର୍ବାଚନ ପ୍ରଚାରକୁ ସେମାନଙ୍କୁ ଆଗକୁ ଆଣି ‘ସମବେଦନାର ପାତ୍ର’ କରିଦେଲେ।

ସେ ଲେଖିଛନ୍ତି—

“ଆମ ପ୍ରିୟ ନବୀନବାବୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ; କିନ୍ତୁ ଟିମ୍ ଭାଇରସ୍ ଆଜି ତାଙ୍କୁ ଇତିହାସ ବନେଇଦେଲା।”

“ନବରାତ୍ରିରେ ଆରମ୍ଭ, ମାର୍ଗଶୀରରେ ଲକ୍ଷ୍ମୀ ଛାଡ଼ିଗଲେ”—ଦ୍ୱିତୀୟ ପୋଷ୍ଟରେ ଅଧିକ ତୀକ୍ଷ୍ଣ ସ୍ୱର

ଶ୍ରୀମୟୀ ମିଶ୍ର ଦ୍ୱିତୀୟ ପୋଷ୍ଟରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ନିଶାନା କରି ‘ମିଛେଇ ପରଦେଶୀ’ ଭାବେ ପରିଭାଷା କରିଛନ୍ତି।

ସେ ଲେଖିଛନ୍ତି—

  • ନବରାତ୍ରିରେ ଯେଉଁ ମହିଳା ମୋତେ ବ୍ୟକ୍ତିଗତ ଅପମାନ କରିଥିଲେ, ନୂଆପଡ଼ାବାସୀ ସେହି ମିଛ ମାମୁଘର କାହାଣୀକୁ ଅସ୍ୱୀକାର କରିଛନ୍ତି।
  • ନିର୍ବାଚନ ପୂର୍ବରୁ ‘କାଳ୍ପନିକ ମାମୁଁ’ଙ୍କ ଆଶୀର୍ବାଦ ମଧ୍ୟ ମିଳିଲା ନାହିଁ।
  • “ଯିଏ ଗୋଟିଏ ମଣ୍ଡଳୀରେ ମହିଳାମାନଙ୍କୁ ଏକତ୍ର କରିପାରିଲେ ନାହିଁ, ସେ କିପରି ରାଜ୍ୟସଭା ନେତ୍ରୀ?”

ଏଲିନା ଦାସଙ୍କ ଭିଡିଓ: ବିଜେଡିର ଅନ୍ୟ ଏକ ଅସନ୍ତୋଷର ସ୍ୱର

ଅଭିନେତ୍ରୀ ଏବଂ ପୂର୍ବତନ ବିଜେଡି ବିଧାୟିକା ଏଲିନା ଦାସ ମଧ୍ୟ ଏକ ଭିଡିଓ ପୋଷ୍ଟ କରି ବିଜେଡି ନେତୃତ୍ୱର ନିଷ୍ପତ୍ତିକୁ ପ୍ରଶ୍ନ କରିଛନ୍ତି।

ସେ ଭିଡିଓରେ ବବି ଦାସ, ଦେବୀ ମିଶ୍ର ଏବଂ ଅରୁଣ ସାହୁଙ୍କ ପ୍ରଚାର ଭିଡିଓ ପୋଷ୍ଟ କରି ଲେଖିଛନ୍ତି—

“ଏହି ଉତ୍ସାହ ଓ କୋଳାକୋଳି ଜିତେଇବା ପାଇଁ ଥିଲା କି, ହରେଇବା ପାଇଁ? ଜଣେ ଶ୍ରେଷ୍ଠ ନେତାଙ୍କୁ ଏମିତି ଶାରୀରିକ ଓ ମାନସିକ ଚାପ ଦେଇ କଣ ଲାଭ ପାଇଲେ?”

ଶେଷରେ ସେ ଲେଖିଛନ୍ତି—

“ମହାପ୍ରଭୁ ସବୁଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ। ଜୟ ଜଗନ୍ନାଥ।”

ରାଜନୀତି ମହଳର ମତ

ବିଜେଡିର ଏହି ପରାଜୟ ପରେ ଦଳର ଅସନ୍ତୋଷ ସ୍ପଷ୍ଟ ଭାବରେ ସୋସିଆଲ୍ ମିଡିଆରେ ମୁକ୍ତ ହେଉଛି।

ଶ୍ରୀମୟୀ ମିଶ୍ର ଓ ଏଲିନା ଦାସଙ୍କ ପୋଷ୍ଟ ଦଳ ଭିତରେ ଚାପ ଓ ଅସନ୍ତୋଷର ମାତ୍ରାକୁ ପୁଣିଥରେ ଉଦ୍‌ଘାଟନ କରିଛି।