ପାଟନା: ବିହାର ବିଧାନସଭା ନିର୍ବାଚନର ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ନେତୃତ୍ୱାଧୀନ ଏନଡିଏ ଦୃଢ଼ ଭାବରେ ଆଗୁଆ ଥିବାବେଳେ, ପ୍ରଶାନ୍ତ କିଶୋରଙ୍କ ଦଳ ଜନସ୍ୱରାଜ ପାଇଁ ହତାଶଜନକ ଚିତ୍ର ସାମ୍ନାକୁ ଆସିଛି। ଟ୍ରେଣ୍ଡ ସୂଚାଇଛି ଯେ ଦଳ ଗୋଟିଏ ବି ଆସନରେ ମଜବୁତ ପ୍ରତିଯୋଗିତା କରିପାରିନାହିଁ।
ଏହାପରେ ଦଳର ସଭାପତି ମନୋଜ ଭାରତୀ କହିଛନ୍ତି ଯେ, ଜନସ୍ୱରାଜ ଲୋକମାନଙ୍କ ପାଖରେ ନିଜର ବାର୍ତ୍ତା ଠିକ୍ ଭାବରେ ପହଞ୍ଚାଇପାରିଲା ନାହିଁ।
ସେ କହିଲେ,
“ପ୍ରଶାନ୍ତ କିଶୋର ସର୍ବଦା କହୁଥିଲେ — ଯଦି ଲୋକ ଆମକୁ ବୁଝନ୍ତି, ଆମେ ଶୀର୍ଷରେ ଥାବୁ; ଯଦି ସେମାନେ ବୁଝି ପାରିବେ ନାହିଁ, ଆମେ ବିଫଳ ହେବୁ। ଏହି ଟ୍ରେଣ୍ଡ ସ୍ପଷ୍ଟ—ଲୋକମାନେ ଆମକୁ ବୁଝିପାରିଲେନି ଏବଂ ଆମେ ମଧ୍ୟ ସେମାନଙ୍କୁ ବୁଝାଇପାରିଲୁ ନାହିଁ।”
ଗଣନା ଜାରି; NDA ମଜବୁତ ଅବସ୍ଥାନରେ
ବିହାରରେ ଆଜି ସକାଳ ୮ଟାରୁ କଡା ସୁରକ୍ଷା ମଧ୍ୟରେ ଭୋଟ ଗଣନା ଆରମ୍ଭ ହୋଇଛି।
ପ୍ରାରମ୍ଭିକ ଧାରା ଅନୁଯାୟୀ—
- NDA 200 ଆସନରେ ଆଗରେ
- ମହାଗଠବନ୍ଧନ 37 ଆସନରେ ଆଗୁଆ
ନିର୍ବାଚନ କମିଶନଙ୍କ ଟ୍ରେଣ୍ଡ ଅନୁସାରେ:
NDA ଆଗୁଆ ଆସନ (200)
- BJP — 90
- JD(U) — 81
- LJP (RV) — 21
- HAM — 4
- RLM — 4
ମହାଗଠବନ୍ଧନ ଆଗୁଆ ଆସନ (37)
- RJD — 28
- Congress — 4
- ବାମ ଦଳ — 5





