ବରଗଡ଼: ଆସନ୍ତା ଡିସେମ୍ବର ୨୪ରୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱବିଖ୍ୟାତ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ପ୍ରସ୍ତୁତି ତୁଙ୍ଗରେ । ଦୀର୍ଘ ୧୧ ଦିନ ଧରି ଚାଲିବାକୁଥିବା ଏହି ମହୋତ୍ସବ ୨୦୨୬ ଜାନୁଆରୀ ୩ରେ ସମାପ୍ତ ହେବ ।
ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ମାଥୁରା ଏବଂ ଗୋପପୁର ଅଂଶ ପାଇଁ କଳାକାରମାନଙ୍କ ଅଭ୍ୟାସ ଜାରି ରହିଛି । ମାଥୁରା ନଗରୀର କଳାକାରମାନେ ଆଗୋଟେ, ଅର୍ଥାତ ୨ ଡିସେମ୍ବରରୁ ଅଭ୍ୟାସ ଆରମ୍ଭ କରିଥିଲେ । ଏହା ପରେ, ଗୁରୁବାର ସନ୍ଧ୍ୟାରୁ ଗୋପପୁର ଅଞ୍ଚଳର କଳାକାରମାନେ ମଧ୍ୟ ଅଭ୍ୟାସରେ ଯୋଗଦେଇଛନ୍ତି ।
ସ୍ଥାନୀୟ ସମଲେଶ୍ୱରୀ ବାଳକ ଉଚ୍ଚ ବିଦ୍ୟାଳୟରେ ଚାଲୁଥିବା ଅଭ୍ୟାସରେ ଶ୍ରୀକୃଷ୍ଣ, ବଳରାମ, ଶ୍ରୀରାଧା ସମେତ ଗୋପପୁରର ସମସ୍ତ ପ୍ରମୁଖ କଳାକାର ଉପସ୍ଥିତ ଥିଲେ । ଗୋପପୁର କମିଟିର କର୍ମକର୍ତ୍ତାମାନେ ସ୍ଥଳରେ ପହଞ୍ଚି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ ।
ଧନୁଯାତ୍ରା ଆସୁଥିବା ସହିତ ବରଗଡ଼ରେ ପରିବେଶ ମଧ୍ୟ ପର୍ବମୟ ହେବା ଆରମ୍ଭ କରିଛି ।





