ନବରଙ୍ଗପୁର: ମକାର ଉଚିତ୍‌ ମୂଲ୍ୟ ଓ ବିଭିନ୍ନ କୃଷକମାନଙ୍କ ସମସ୍ୟା ସମାଧାନ ପାଇଁ ଝରିଗାଁ ବ୍ଲକ କୃଷକ ମହାସଂଘର ଡାକରେ ଆଜି ଶକ୍ତିଶାଳୀ ପଦର୍ଶନ ହୋଇଛି। ସକାଳୁ ଧନୁଯାତ୍ରା ପଡ଼ିଆରେ ବିଶାଳ ସଂଖ୍ୟକ ଚାଷୀ ଏକତ୍ରିତ ହୋଇ ବିରାଟ ଶୋଭାଯାତ୍ରା ସହିତ ବ୍ଲକ କାର୍ଯ୍ୟାଳୟକୁ ଯାଇ ପ୍ରତିବାଦ ସଭା କରିଛନ୍ତି। ତମ୍ବୁଦାସ ପନକାଙ୍କ ସଭାପତିତ୍ୱରେ ହୋଇଥିବା ସଭାରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ସରକାରକୁ କଡ଼ା ଚେତାବନୀ ଜାରି କରିଛନ୍ତି।

ସଭାରେ ଉଲ୍ଲେଖ କରାଯାଇଛି ଯେ, ଏସିଆ ମହାଦେଶରେ ସର୍ବାଧିକ ମକା ଚାଷ ହେଉଥିବା ନବରଙ୍ଗପୁରରେ ଏବେ ଚାଷୀମାନେ ଲାଭ ନ ପାଇ ଅଲଭାଣ ବିକ୍ରିର ଶିକାର ହେଉଛନ୍ତି। ଚଳିତ ବର୍ଷ ଦର ହ୍ରାସ ପାଇଥିବାରୁ ସଂକଟ ଆହୁରି ଗଭୀର ହୋଇଛି। ଏହିପରି ପରିସ୍ଥିତିରେ ୧୫ ଦିନ ମଧ୍ୟରେ ସରକାର ଉଚିତ୍‌ ମୂଲ୍ୟରେ ମକା କ୍ରୟ ବ୍ୟବସ୍ଥା କଲେ ନାହିଁ, ତେବେ ଏହି ମାସର ୨୦ ତାରିଖରେ ଅଧା ନବରଙ୍ଗପୁର ଜିଲ୍ଲା ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି। ବିଶେଷତଃ ଝରିଗାଁ, ରାଇଘର ଓ ଉମରକୋଟ ବ୍ଲକର ଚାଷୀମାନେ ଆନ୍ଦୋଳନର ମୁଖ୍ୟ ଅଂଶ ହେବେ ବୋଲି ସ୍ପଷ୍ଟ କରାଯାଇଛି।

୧୫ ଦିନର ଅଲ୍ଟିମେଟମ୍‌ ଓ ୭ ଦଫା ଦାବି

କୃଷକ ମହାସଂଘ ୩ଟି ବ୍ଲକର ଚାଷୀଙ୍କୁ ୧୫ ଦିନ ପର୍ଯ୍ୟନ୍ତ କମ୍ ଦରରେ ମକା ବିକ୍ରି ନକରିବା ପାଇଁ ଅନୁରୋଧ କରିଛି। ପରେ ସଂଘ ପକ୍ଷରୁ ୭ ଦଫା ଦାବି ସହିତ ମୁଖ୍ୟମନ୍ତ୍ରୀଙ୍କ ନାମେ ଦାବିପତ୍ର ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝୀଙ୍କୁ ଦିଆଯାଇଛି। ତହସିଲ କାର୍ଯ୍ୟାଳୟରେ ତହସିଲଦାର ସୁମନ୍ତ ପାତ୍ରଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି।

ଦାବିପତ୍ରର ପ୍ରମୁଖ ଦାବିଗୁଡ଼ିକ:

  • ମକା ମଣ୍ଡି ସ୍ଥାପନ ଓ ଉପଯୁକ୍ତ ବଜାର ଦରରେ କ୍ରୟ ବ୍ୟବସ୍ଥା
  • ଧାନମଣ୍ଡିରେ ପ୍ରତି ଏକରକୁ ୧୩ କ୍ୱିଣ୍ଟାଲର ବଦଳରେ ୨୦ କ୍ୱିଣ୍ଟାଲ ହିସାବକରା
  • ଉଠା ଜଳସେଚନ ଆବେଦନ ତୁରନ୍ତ କାର୍ଯ୍ୟକାରୀ
  • କୃଷି ଟ୍ରାକ୍ଟରକୁ ଟକ୍ସ ଫ୍ରି କରିବା
  • ଜଙ୍ଗଲ ଅଧିକାର ପଟ୍ଟା ଜମିରେ ଖତ ସାର ବ୍ୟବସ୍ଥା
  • ଧାନ ଓ ମକାର ଏମ୍‌ଏସ୍‌ପିରେ ସଠିକ୍‌ ମୂଲ୍ୟରେ କ୍ରୟ, କମ ଦରରେ କିଣୁଥିବାମାନଙ୍କ ଉପରେ ପଦକ୍ଷେପ
  • ସୁବିଧାନୁସାରେ ବଳକା ଧାନ ଓ ମକା ବାହାରରାଜ୍ୟରେ ବିକ୍ରୟ ଅନୁମତି
  • ଝରିଗାଁ ଲ୍ୟାମ୍ପକୁ ଖତ ସାରର ହୋଲସେଲ ଲାଇସେନ୍ସ

ଦାବିପତ୍ର ପ୍ରଦାନ ସମୟରେ ପୂର୍ବତନ ସାଂସଦ ଭଗବାନ ମାଝୀ, ବରିଷ୍ଠ ଚାଷୀ ଅଶୋକ ମୂର୍ତ୍ତି, ପ୍ରେମା ପାଣ୍ଡେ, ଉଦୟନାଥ ନାୟକ, ହାରାବତୀ ଗଣ୍ଡ, ସନର