ଜେରୁଜେଲମ୍‌, ୬ ଡିସେମ୍ବର: ଭାରତର ସେନାବାହିନୀକୁ ଶକ୍ତିଶାଳୀ କରିବା ପାଇଁ ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ପ୍ରଥମ ପର୍ଯ୍ୟାୟରେ ୪୦,୦୦୦ ହାଲୁକା ମେଶିନ୍‌ ଗନ୍‌ (LMG) ଯୋଗାଇବ। ଆସନ୍ତାବର୍ଷର ପ୍ରଥମ ତ୍ରମାସରୁ ଏହି ଯୋଗାଣ ଆରମ୍ଭ ହେବ ବୋଲି କମ୍ପାନୀ ପକ୍ଷରୁ ଜଣାଇହେଉଛି।

କମ୍ପାନୀର ସିଇଓଙ୍କ ଅନୁସାରେ, ପ୍ରାୟ ୧,୭୦,୦୦୦ ଅତ୍ୟାଧୁନିକ କାର୍ବାଇନ୍‌ ଯୋଗାଣ ପାଇଁ ଚୁକ୍ତି ସ୍ବାକ୍ଷର ଚୂଡ଼ାନ୍ତ ପର୍ଯ୍ୟାୟରେ ଅଛି। ପିସ୍ତଲ, ରାଇଫଲ ଏବଂ ମେଶିନ୍‌ ଗନ୍‌ ସହିତ ବିଭିନ୍ନ ଅସ୍ତ୍ର ଯୋଗାଇବା ପାଇଁ ଇସ୍ରାଏଲ ୱେପନ୍‌ ଇଣ୍ଡଷ୍ଟ୍ରିଜ୍‌ (IWI) ଭାରତର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଓ ଅନ୍ୟାନ୍ୟ ସଂସ୍ଥା ସହିତ ଏକାଠି କାର୍ୟ କରୁଛି।

ଗତବର୍ଷ ସ୍ବାକ୍ଷର ହୋଇଥିବା ଚୁକ୍ତି ଅନୁଯାୟୀ, ପ୍ରଥମେ ୪୦ ହଜାର LMG ଯୋଗାଇବାକୁ ଇସ୍ରାଏଲ ପକ୍ଷ ପ୍ରସ୍ତୁତ ବୋଲି ସିଇଓ ସୂଚନା ଦେଇଛନ୍ତି।