ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ମାସରେ ବରିଷ୍ଠ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତଚରଣ ଦାସ ଏହି ସମ୍ପର୍କରେ ଘୋଷଣା କରିଛନ୍ତି।
ପିସିସି ସଭାପତିଙ୍କ କହିବା ଅନୁଯାୟୀ, ୨୦୨୬ ବର୍ଷ କଂଗ୍ରେସ ପାଇଁ ଗୁରୁତ୍ୱପୂର୍ଣ୍ଣ ଓ ସମ୍ଭାବନାମୟ ହେବ। ରାଜ୍ୟରେ ଦଳକୁ ସଂଗଠନାତ୍ମକ ଭାବେ ମଜବୁତ କରିବା ଉଦ୍ଦେଶ୍ୟରେ ପ୍ରିୟଙ୍କା ଗାନ୍ଧିଙ୍କ ଓଡ଼ିଶା ଗସ୍ତ ଯୋଜନା କରାଯାଇଛି। ଏହି ଗସ୍ତ ଅବସରରେ ସେ ଏକ ବିରାଟ ମହିଳା ସମାବେଶକୁ ସମ୍ବୋଧନ କରିପାରନ୍ତି ବୋଲି ଜଣାପଡ଼ିଛି।
ସେହିପରି, ପରବର୍ତ୍ତୀ ପର୍ଯ୍ୟାୟରେ କଂଗ୍ରେସର ପୂର୍ବତନ ଜାତୀୟ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧି ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ। ତାଙ୍କ ଗସ୍ତ ସମୟରେ ରାଜ୍ୟର ୧୦ଟି ଜିଲ୍ଲାରେ ଆୟୋଜିତ କର୍ମୀ ସମାବେଶରେ ସେ ଯୋଗଦେବା ସହ କର୍ମୀମାନଙ୍କୁ ସଂଗଠନ ସୁଦୃଢ଼ କରିବା ଓ ରାଜ୍ୟରେ କଂଗ୍ରେସକୁ ଆଗେଇ ନେବା ସମ୍ପର୍କରେ ଗୁରୁମନ୍ତ୍ର ଦେବେ ବୋଲି ପିସିସି ସଭାପତି କହିଛନ୍ତି।
ଏହି ନେତୃତ୍ୱ ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ ଶିବିରରେ ନୂଆ ଉତ୍ସାହ ଦେଖାଯାଉଛି।





