ପିଥୋରାଗଡ଼: ମଙ୍ଗଳବାର ସକାଳେ ଉତ୍ତରାଖଣ୍ଡର ବାଗେଶ୍ୱର ଜିଲ୍ଲା ଆସପାସ ଅଞ୍ଚଳରେ ହାଲୁକା ଭୂମିକମ୍ପ ଅନୁଭୂତ ହୋଇଛି। ଜିଲ୍ଲା ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟାଳୟ ସୂଚନା ଅନୁସାରେ, ସକାଳ ୭ଟା ୨୫ ମିନିଟ୍‌ରେ ୩.୫ ତୀବ୍ରତାର ଏହି ଭୂମିକମ୍ପ ଘଟିଥିଲା।

ଅଧିକାରୀମାନଙ୍କ କହିବା ଅନୁଯାୟୀ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ବାଗେଶ୍ୱର ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ୩୦ କିଲୋମିଟର ଦୂରରେ ଅବସ୍ଥିତ କାପକୋଟ ଅଞ୍ଚଳ ନିକଟରେ ଥିଲା। କିଛି ସମୟ ପାଇଁ ଭୂମି କମ୍ପନ ଅନୁଭୂତ ହେଲେ ମଧ୍ୟ ଲୋକମାନଙ୍କ ମଧ୍ୟରେ ବ୍ୟାପକ ଆତଙ୍କ ସୃଷ୍ଟି ହୋଇନଥିଲା।

ବାଗେଶ୍ୱର ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଶିଖା ସୁୟାଲ କହିଛନ୍ତି ଯେ, ଏପର୍ଯ୍ୟନ୍ତ କୌଣସି ଧନଜୀବନ ହାନି କିମ୍ବା ସମ୍ପତ୍ତି କ୍ଷତିର ସୂଚନା ମିଳିନାହିଁ। ସମ୍ଭାବ୍ୟ ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଛି।