ଢାକା: ବାଂଲାଦେଶ ରାଜନୀତିରେ ମଙ୍ଗଳବାର ଏକ ନୂତନ ଅଧ୍ୟାୟ ଯୋଡା ହୋଇଛି। Tarique Rahman ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ସମାରୋହ ଢାକାର ସଂସଦ ସଂକୁଳର ଦକ୍ଷିଣ ପ୍ଲାଜାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ନିର୍ବାଚନ କମିଶନର ଏଏମଏମ ନାସିର ଉଦ୍ଦିନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।

Bangladesh Nationalist Party (ବିଏନ୍‌ପି) ମୁଖ୍ୟ ତାରିକ ରହମାନଙ୍କ ଏହି କ୍ଷମତା ଗ୍ରହଣ ଐତିହାସିକ ମନାଯାଉଛି। ୩୬ ବର୍ଷ ପରେ ବାଂଲାଦେଶରେ ଜଣେ ପୁରୁଷ ପ୍ରଧାନମନ୍ତ୍ରୀ ଦେଖିବାକୁ ମିଳିଛନ୍ତି। ଏହା ପୂର୍ବରୁ Sheikh HasinaKhaleda Zia ଦଶକ ଧରି କ୍ଷମତାରେ ଥିଲେ।

୧୭ ବର୍ଷର ନିର୍ବାସନ ପରେ ସ୍ୱଦେଶ ଫେରି ତାରିକ ରହମାନ ତାଙ୍କ ଦଳକୁ ଏକ ବଡ଼ ବିଜୟ ଦେଇଛନ୍ତି। ଫେବ୍ରୁଆରି ୧୨ରେ ହୋଇଥିବା ଜାତୀୟ ନିର୍ବାଚନରେ ବିଏନ୍‌ପି ନେତୃତ୍ୱାଧୀନ ମେଣ୍ଟ ୨୯୭ ଆସନରୁ ୨୧୧ ଆସନ ଜିତି ସଂଖ୍ୟାଗରିଷ୍ଠତା ହାସଲ କରିଥିଲା।

ମନ୍ତ୍ରିମଣ୍ଡଳରେ ବିଭିନ୍ନତା

ତାରିକ କ୍ୟାବିନେଟରେ ମୋଟ ୪୯ ଜଣ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି। ଏଥିରୁ ୨୫ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୨୪ ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ଦୁଇଜଣ ହିନ୍ଦୁ ନେତା— ନିତାଇ ରାୟ ଚୌଧୁରୀ ଓ ଦୀପେନ ଦିୱାନ ଚକମାଙ୍କୁ ମନ୍ତ୍ରୀପଦ ଦିଆଯାଇଛି।

ଆଶ୍ଚର୍ଯ୍ୟଜନକ ନାମ ହେଉଛି ଖଲିଲୁର ରହମାନ, ଯିଏ ପୂର୍ବରୁ ମଧ୍ୟବର୍ତ୍ତୀକାଳୀନ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଥିଲେ। Muhammad Yunusଙ୍କ ନିକଟ ସହଯୋଗୀ ଭାବେ ପରିଚିତ ଖଲିଲୁର ରହମାନଙ୍କୁ ଏବେ ବୈଦେଶିକ ମନ୍ତ୍ରୀ କରାଯାଇଛି। ସେ ୟୁନୁସ୍‌ଙ୍କ କ୍ୟାବିନେଟ ପରେ ଏବେ ତାରିକଙ୍କ କ୍ୟାବିନେଟରେ ମଧ୍ୟ ସ୍ଥାନ ପାଇଥିବା ଏକମାତ୍ର ନେତା।

ଆନ୍ତର୍ଜାତୀୟ ଉପସ୍ଥିତି

ଏହି ଶପଥ ଗ୍ରହଣ ଉତ୍ସବରେ ଅନେକ ଦେଶର ପ୍ରତିନିଧି ଯୋଗଦେଇଥିଲେ। ଭାରତର ଲୋକସଭା ବାଚସ୍ପତି Om Birla ଢାକା ପହଞ୍ଚି ଉତ୍ସବରେ ଅଂଶଗ୍ରହଣ କରିଥିଲେ, ଯାହା ଦୁଇ ଦେଶର ସମ୍ପର୍କରେ ସକାରାତ୍ମକ ସନ୍ଦେଶ ଦେଇଛି। ଭୁଟାନ ପ୍ରଧାନମନ୍ତ୍ରୀ Tshering Tobgay ମଧ୍ୟ ଉପସ୍ଥିତ ଥିଲେ।

ଉଲ୍ଲେଖ୍ୟ, ଏହି ନିର୍ବାଚନ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଦଳ ଆୱାମୀ ଲିଗ୍‌ ବିନା ହୋଇଥିଲା। ବିଏନ୍‌ପିର ବିପୁଳ ବିଜୟ ସହିତ ବାଂଲାଦେଶ ଏବେ ନୂତନ ଦିଗରେ ଆଗେଇବାର ସଙ୍କେତ ଦେଇଛି, ଯେଉଁଠାରେ ଆର୍ଥିକ ସ୍ଥିରତା ଓ ଆନ୍ତର୍ଜାତୀୟ ସମ୍ପର୍କ ପୁନଃଗଠନ ମୁଖ୍ୟ ଚ୍ୟାଲେଞ୍ଜ ହେବ।