ନୂଆଦିଲ୍ଲୀ: ଦେଶର ପ୍ରିମିୟମ୍ ଟ୍ରେନ୍ ସେବା ଭାବେ ପରିଚିତ ବନ୍ଦେ ଭାରତ ଏକ୍ସପ୍ରେସ୍ ପୁଣିଥରେ ଖାଦ୍ୟର ମାନକୁ ନେଇ ବିବାଦରେ ପଡ଼ିଛି। ଟ୍ରେନରେ ଯାତ୍ରୀଙ୍କୁ ଦିଆଯାଇଥିବା ସସ୍ ଏକ୍ସପାଏରି ହୋଇଥିବା ଅଭିଯୋଗକୁ କେନ୍ଦ୍ର କରି ଜୋରଦାର ହଙ୍ଗାମା ସୃଷ୍ଟି ହୋଇଥିବା ବେଳେ ଘଟଣା ସମ୍ପର୍କିତ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
ସୂଚନା ଅନୁସାରେ, ଗୋରଖପୁରରୁ ପାଟଣା ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ରେ ଜଣେ ଯାତ୍ରୀଙ୍କୁ ଦିଆଯାଇଥିବା କ୍ୟାଚଅପ୍ ପ୍ୟାକେଟ୍ର ମেয়ାଦ ଶେଷ ହୋଇଥିବା ଦେଖି ସେ ଆପତ୍ତି ଉଠାଇଥିଲେ। ଯାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ସସ୍ଟି ୨ରୁ ୩ ବର୍ଷ ପୁରୁଣା ଥିବା କଥା ସେ ଦାବି କରିଥିଲେ। ଏହାକୁ ନେଇ ସେ ଟ୍ରେନ୍ଭିତରେ ପ୍ରତିବାଦ କରିବା ସହ ଘଟଣାର ଭିଡିଓ ମଧ୍ୟ ଧାରଣ କରିଥିଲେ।
ଭାଇରାଲ୍ ଭିଡିଓରେ ଆରପିଏଫ୍ର ଜଣେ କର୍ମଚାରୀ ଘଟଣାକୁ ବଡ଼ ଆକାର ନ ଦେବାକୁ କହୁଥିବା ବେଳେ ଟିଟିଇଙ୍କ ପକ୍ଷରୁ ସ୍ପଷ୍ଟ ପ୍ରତିକ୍ରିୟା ନମିଳିବା ଦେଖାଯାଇଛି। ତେବେ ଘଟଣାଟି କେବେ ଘଟିଥିଲା ସେନେଇ ସ୍ପଷ୍ଟତା ନଥିଲେ ମଧ୍ୟ, କିଛି ସୋସିଆଲ୍ ମିଡିଆ ୟୁଜର୍ ଏହାକୁ ୨୦୨୫ର ଘଟଣା ବୋଲି ଦାବି କରୁଛନ୍ତି।
ଉଲ୍ଲେଖନୀୟ ଯେ, ଏହା ପ୍ରଥମ ଥର ନୁହେଁ ଯେ ବନ୍ଦେ ଭାରତ ଏକ୍ସପ୍ରେସ୍ ଖାଦ୍ୟର ଗୁଣମାନକୁ ନେଇ ସମାଲୋଚନାର ସମ୍ମୁଖୀନ ହୋଇଛି। ପୂର୍ବରୁ ମଧ୍ୟ ଖାଦ୍ୟର ନିମ୍ନମାନ, ପାଣିଆ ଡାଲି କିମ୍ବା ଖାଦ୍ୟରେ ପୋକ ମିଳିଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ନବୀନ ଘଟଣା ପରେ ପୁଣିଥରେ ଟ୍ରେନ୍ର କ୍ୟାଟରିଂ ସେବା ଉପରେ ପ୍ରଶ୍ନ ଉଠିଛି।





