ଇସଲାମାବାଦ୍: ଇରାନକୁ କେନ୍ଦ୍ର କରି ବୃଦ୍ଧି ପାଉଥିବା ଅଞ୍ଚଳୀୟ ତଣାତଣି ମଧ୍ୟରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ Khawaja Asif ଏକ କଠୋର ବିବୃତ୍ତି ଜାରି କରିଛନ୍ତି। ସେ ଅଭିଯୋଗ କରି କହିଛନ୍ତି ଯେ Israel ପାକିସ୍ତାନକୁ ନିଜର “କାଠ କଣ୍ଢେଇ” କରିବାକୁ ଚାହୁଁଛି ଏବଂ India ମଧ୍ୟ ଏହି ଯୋଜନାରେ ସାମିଲ ଥାଇପାରେ।

ଆସିଫଙ୍କ କହିବା ଅନୁଯାୟୀ, ଯଦି Israel ଏହି ସଂଘର୍ଷରୁ ରଣନୀତିଗତ ଲାଭ ପାଏ, ତେବେ ସେ Afghanistan, IndiaIran ସହ ମିଶି ପାକିସ୍ତାନ ବିରୋଧରେ ଏକ ମେଣ୍ଟ ଗଠନ କରିପାରେ। ଏହା ଦ୍ୱାରା ପାକିସ୍ତାନକୁ ଅଞ୍ଚଳୀୟ ଭାବେ ଘେରାଯାଇ ତାହାର ସୁରକ୍ଷାକୁ ଦୁର୍ବଳ କରାଯାଇପାରେ ବୋଲି ସେ ଦାବି କରିଛନ୍ତି।

ସେ ଦେଶର ୨୫ କୋଟି ନାଗରିକଙ୍କୁ ରାଜନୈତିକ ଓ ଧାର୍ମିକ ମତଭେଦକୁ ପଛକୁ ରଖି ଜାତୀୟ ସୁରକ୍ଷା ପ୍ରଶ୍ନରେ ଏକତାବଦ୍ଧ ହେବାକୁ ଆହ୍ୱାନ କରିଛନ୍ତି। ପରମାଣୁ ଶକ୍ତିର ଉଲ୍ଲେଖ କରି ସେ କହିଛନ୍ତି ଯେ ପାକିସ୍ତାନ ନିଜ ସୁରକ୍ଷା ସମ୍ପର୍କରେ ସଚେତନ ଅଛି।

ଏହା ସହିତ ସେ ପାଲେଷ୍ଟାଇନ ପ୍ରସଙ୍ଗ ଉଠାଇ “ମୁକ୍ତ ପାଲେଷ୍ଟାଇନ” ସ୍ଲୋଗାନକୁ ପୁନରାବୃତ୍ତି କରିଛନ୍ତି ଏବଂ ମୁସଲିମ ଦେଶମାନଙ୍କୁ ଏକତ୍ର ହୋଇ ଅଞ୍ଚଳୀୟ ପରିସ୍ଥିତିକୁ ସମ୍ମୁଖୀନ ହେବାକୁ ନିବେଦନ କରିଛନ୍ତି।

ଏହି ବିବୃତ୍ତି ପରେ ଦକ୍ଷିଣ ଏସିଆ ଓ ମଧ୍ୟ ପୂର୍ବର ରାଜନୈତିକ ପରିସ୍ଥିତିକୁ ନେଇ ଆଲୋଚନା ତିବ୍ର ହୋଇଛି।