ନୂଆଦିଲ୍ଲୀ: C. V. Ananda Bose ଆଜି West Bengalର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ଭାରତର ରାଷ୍ଟ୍ରପତି Droupadi Murmuଙ୍କ ନିକଟକୁ ପଠାଇଥିବା ସୂଚନା ମିଳିଛି। ରାଜ୍ୟ ବିଧାନସଭା ନିର୍ବାଚନର କିଛି ସପ୍ତାହ ପୂର୍ବରୁ ଏହି ଇସ୍ତଫା ଦେଇଥିବାରୁ ରାଜନୈତିକ ମହଳରେ ଚର୍ଚ୍ଚା ବଢ଼ିଛି।
ପୂର୍ବତନ ଆଇଏଏସ୍ ଅଧିକାରୀ ଥିବା ବୋଷଙ୍କୁ ୨୦୨୨ ନଭେମ୍ବରରେ କେନ୍ଦ୍ର ସରକାର West Bengalର ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ। ସେ ପ୍ରାୟ ସାଢେ ତିନି ବର୍ଷ ଧରି ଏହି ଦାୟିତ୍ୱ ପାଳନ କରିଥିଲେ। ଇସ୍ତଫା ପରେ ବୋଷ କହିଛନ୍ତି ଯେ, ଦୀର୍ଘ ସମୟ ଧରି ରାଜ୍ୟପାଳ ଭାବେ କାମ କରିବା ପରେ ସେ ଏବେ ଆଗକୁ ଏହି ଦାୟିତ୍ୱ ଜାରି ରଖିବାକୁ ଚାହୁଁନାହାନ୍ତି।
ମିଳିଥିବା ସୂଚନା ଅନୁଯାୟୀ, R. N. Raviଙ୍କୁ West Bengalର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ସେ Tamil Naduର ରାଜ୍ୟପାଳ ଭାବେ କାର୍ଯ୍ୟରତ ଅଛନ୍ତି।
ଏହି ଘଟଣା ନେଇ Mamata Banerjee ପ୍ରତିକ୍ରିୟା ରଖିଛନ୍ତି। ସେ ‘ଏକ୍ସ’ ମାଧ୍ୟମରେ କହିଛନ୍ତି ଯେ, ସିଭି ଆନନ୍ଦ ବୋଷଙ୍କ ହଠାତ୍ ଇସ୍ତଫା ଖବର ଶୁଣି ସେ ଆଶ୍ଚର୍ଯ୍ୟଚକିତ ଓ ଚିନ୍ତିତ। ବୋଷ କେଉଁ କାରଣରୁ ଇସ୍ତଫା ଦେଲେ ତାହା ସେ ଜାଣିନଥିବା ମଧ୍ୟ କହିଛନ୍ତି।
ମମତା ବାନାର୍ଜୀ ଆହୁରି କହିଛନ୍ତି ଯେ, କେନ୍ଦ୍ର ଗୃହମନ୍ତ୍ରୀ Amit Shah ତାଙ୍କୁ ଏବେ ଅବଗତ କରାଇଛନ୍ତି ଯେ ଆର୍. ଏନ୍. ରବିଙ୍କୁ ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ତଥାପି ଏହି ବିଷୟରେ ପୂର୍ବରୁ ତାଙ୍କ ସହ କୌଣସି ଆଲୋଚନା ହୋଇନଥିବାକୁ ସେ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି ଯେ, ଏପରି ପଦକ୍ଷେପ ଭାରତୀୟ ସଂବିଧାନର ଗରିମାକୁ କ୍ଷୁଣ୍ଣ କରୁଛି ଏବଂ ଦେଶର ସଂଘୀୟ ବ୍ୟବସ୍ଥା ଉପରେ ଏକ ଆକ୍ରମଣ ସମାନ।





