ୱାସିଂଟନ: ଆମେରିକାର ରାଷ୍ଟ୍ରପତି Donald Trump ଇରାନ ସଂଘର୍ଷ ପରେ କ୍ୟୁବା ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ସଙ୍କେତ ଦେଇଛନ୍ତି। VenezuelaIran ପରେ ବର୍ତ୍ତମାନ Cuba ତାଙ୍କ ପ୍ରଶାସନର ପରବର୍ତ୍ତୀ ଟାର୍ଗେଟ ହୋଇପାରେ ବୋଲି ସେ କହିଛନ୍ତି।

ବର୍ତ୍ତମାନ United StatesIsrael ମିଳିତ ଭାବେ ଇରାନ ବିରୋଧରେ ସାମରିକ କାର୍ଯ୍ୟଚାଳନା କରୁଥିବାବେଳେ ସମଗ୍ର ପଶ୍ଚିମ ଏସିଆ ଅଞ୍ଚଳରେ ଉତ୍ତେଜନା ବଢ଼ିଛି। ଦୁଇ ପକ୍ଷର ଘନଘନ କ୍ଷେପଣାସ୍ତ୍ର ଓ ଡ୍ରୋନ ଆକ୍ରମଣ ଯୋଗୁଁ ମଧ୍ୟପ୍ରାଚ୍ୟର ସୁରକ୍ଷା ପରିସ୍ଥିତି ଅସ୍ଥିର ହୋଇପଡ଼ିଛି।

ଟ୍ରମ୍ପ କହିଛନ୍ତି, ତାଙ୍କ ପ୍ରଶାସନର ପ୍ରଥମ ଲକ୍ଷ୍ୟ ହେଉଛି ଇରାନ ସହିତ ଚାଲିଥିବା ସଂଘର୍ଷକୁ ଶେଷ କରିବା। ଏହା ପରେ ବିଦେଶ ନୀତିର ଧ୍ୟାନ କ୍ୟୁବା ଉପରେ ଦିଆଯିବ। ସେ ଦାବି କରିଛନ୍ତି ଯେ ଇରାନର ନେତୃତ୍ୱ ଏବେ ଯୁଦ୍ଧ ଶେଷ କରିବା ପାଇଁ ଚୁକ୍ତି କରିବାକୁ ଇଚ୍ଛୁକ ଓ ଏହା ନେଇ ଆଲୋଚନା ପାଇଁ ଫୋନ ମଧ୍ୟ କରୁଛନ୍ତି।

ଟ୍ରମ୍ପଙ୍କ କହିବା ଅନୁଯାୟୀ, Iranର ସାମରିକ କ୍ଷମତାକୁ United StatesIsrael ମିଳିତ ଅଭିଯାନରେ ବଡ଼ ପରିମାଣରେ କ୍ଷତିଗ୍ରସ୍ତ କରାଯାଇଛି। ସେ ଦାବି କରିଛନ୍ତି ଯେ ଇରାନର ବାୟୁସେନା ଓ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ପ୍ରାୟ ଧ୍ୱଂସ ହୋଇଯାଇଛି ଏବଂ ଗତ ତିନି ଦିନରେ ଇରାନର ୨୪ଟି ନୌସେନା ଜାହାଜ ନଷ୍ଟ ହୋଇଛି।

ହ୍ୱାଇଟ୍‌ ହାଉସରେ ଆୟୋଜିତ ଏକ କ୍ରୀଡ଼ାଭିତ୍ତିକ କାର୍ଯ୍ୟକ୍ରମରେ ସେ ଏହି ସୂଚନା ଦେଇଥିଲେ। ଟ୍ରମ୍ପ କହିଛନ୍ତି ଯେ ଅନେକ କ୍ୟୁବା-ଆମେରିକୀୟ ନାଗରିକ ତାଙ୍କ ପୂର୍ବଜଙ୍କ ଦେଶକୁ ଫେରିବାକୁ ଚାହୁଁଛନ୍ତି ଏବଂ Havana ମଧ୍ୟ Washington ସହ ଚୁକ୍ତି କରିବା ପାଇଁ ଆଗ୍ରହୀ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, କମ୍ୟୁନିଷ୍ଟ ଦେଶ Cuba ସହ United Statesର ସମ୍ପର୍କ ଦୀର୍ଘଦିନ ଧରି ତିକ୍ତ ରହିଆସିଛି। ବିଶେଷ କରି Donald Trumpଙ୍କ ରାଷ୍ଟ୍ରପତି ଭାବେ ଦ୍ୱିତୀୟ କାର୍ଯ୍ୟକାଳ ସମୟରେ ଦୁଇ ଦେଶର କୂଟନୀତିକ ସମ୍ପର୍କ ଆହୁରି ଖରାପ ହୋଇଥିବା ଦେଖାଯାଇଛି।