ହାଇଦ୍ରାବାଦ:
ଜଙ୍ଗଲ ଛାଡ଼ି ମୁଖ୍ୟସ୍ରୋତକୁ ଫେରୁଛନ୍ତି ମାଓବାଦୀ। ଏହି କ୍ରମରେ ଆଜି Hyderabadରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ୧୩୦ ଜଣ ମାଓବାଦୀ Revanth Reddyଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ଜଙ୍ଗଲ ଜୀବନ ତ୍ୟାଗ କରି ସମାଜର ମୁଖ୍ୟଧାରାରେ ସାମିଲ ହେବାକୁ ସ୍ୱୀକାର କରିଛନ୍ତି।
ଉଲ୍ଲେଖନୀୟ ଯେ, ମାଓବାଦୀମାନଙ୍କ ପାଇଁ ଆତ୍ମସମର୍ପଣ କରିବାର ଶେଷ ସମୟସୀମା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରଖାଯାଇଛି। ଏହା ପୂର୍ବରୁ Amit Shah ସପଷ୍ଟ କରିଥିଲେ ଯେ, ନକ୍ସଲମାନେ ଯଦି ଜଙ୍ଗଲ ଛାଡ଼ି ପୁଲିସ ନିକଟରେ ଆତ୍ମସମର୍ପଣ ନକରନ୍ତି, ତେବେ ପରିସ୍ଥିତି ଆହୁରି କଠୋର ହୋଇପାରେ।
ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ମୋଟ ୧୨୪ଟି ଆଧୁନିକ ଅସ୍ତ୍ର ମଧ୍ୟ ଜମା କରିଛନ୍ତି। ସେଥିରେ ଏକ ଇନସାସ ଏଲଏମଜି, ୩୧ଟି ଏକେ–୪୭, ୨୧ଟି ଇନସାସ ରାଇଫଲ, ୨୦ଟି ଏସଏଲଆର, ୧୮ଟି .୩୦୩ ରାଇଫଲ, ୧ଟି ୯ ଏମଏମ ପିସ୍ତଲ, ୨ଟି ୮ ଏମଏମ ଅସ୍ତ୍ର, ୧୮ଟି ସିଙ୍ଗଲ୍ ଶଟ୍ ବନ୍ଧୁକ ଓ ୨ଟି ବିଜିଏଲ ସମେତ ଅନ୍ୟ ଅସ୍ତ୍ର ରହିଛି।
ସମର୍ପଣ କରିଥିବା ମାଓବାଦୀମାନଙ୍କ ମଧ୍ୟରେ ବିଭିନ୍ନ ସଂଗଠନ ଓ ଇଉନିଟ୍ର ସଦସ୍ୟ ରହିଛନ୍ତି। ପିଏଲଜିଏ ବାଟାଲିୟନ–୧ରୁ ୪୨ ଜଣ, CPI (Maoist) ସଂଗଠନର ବିଭିନ୍ନ କମିଟିର ସଦସ୍ୟ ମଧ୍ୟ ଏଥିରେ ସାମିଲ ଅଛନ୍ତି। ସେଥିରେ କେନ୍ଦ୍ରୀୟ କମିଟି ସଦସ୍ୟ, ଡିଭିଜନାଲ କମିଟି ମେମ୍ବର, ଏସିଏମ ଓ ସାଧାରଣ ପାର୍ଟି ସଦସ୍ୟ ମଧ୍ୟ ରହିଛନ୍ତି।
ସରକାରଙ୍କ ନୀତି ଅନୁଯାୟୀ ଆତ୍ମସମର୍ପଣ କରୁଥିବା ମାଓବାଦୀମାନଙ୍କୁ ପୁରସ୍କାର ଓ ଆର୍ଥିକ ସହାୟତା ମଧ୍ୟ ଦିଆଯିବ। କେନ୍ଦ୍ରୀୟ କମିଟି ସଦସ୍ୟଙ୍କ ପାଇଁ ୨୫ ଲକ୍ଷ ଟଙ୍କା, ଡିଭିସିଏମ ପାଇଁ ୫ ଲକ୍ଷ, ଏସିଏମ ପାଇଁ ୪ ଲକ୍ଷ ଏବଂ ସାଧାରଣ ପାର୍ଟି ସଦସ୍ୟଙ୍କ ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରଖାଯାଇଛି।
ଏହା ସହିତ ସମର୍ପଣ କରିଥିବା ମାଓବାଦୀମାନଙ୍କୁ ଆର୍ଥିକ ସହାୟତା ଓ ପୁନର୍ବାସ ସୁବିଧା ଦେଇ ସମାଜରେ ସ୍ୱାବଳମ୍ବୀ କରାଯିବ ବୋଲି ତେଲେଙ୍ଗାନା ସରକାର କହିଛି।





