ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଇଥିବା ଯୁଦ୍ଧ ତଣାତଣିର ପ୍ରଭାବ ସୁନା–ରୁପା ବଜାରରେ ପଡ଼ିଥିବା ଦେଖାଯାଉଛି। ବିଶ୍ୱ ବଜାରର ଅସ୍ଥିରତା ମଧ୍ୟରେ ଭୁବନେଶ୍ୱର ବଜାରରେ ଆଜି ସୁନା ଦର ହ୍ରାସ ପାଇଛି।

ସୂଚନାନୁସାରେ, ଭୁବନେଶ୍ୱରରେ ୨୪ କ୍ୟାରେଟ୍‌ ସୁନାର ଦର ୧୦ ଗ୍ରାମ୍‌ ପିଛା ୧,୯୬୦ ଟଙ୍କା କମି ୧,୬୧,୬୮୦ ଟଙ୍କାକୁ ଆସିଛି। ସେହିପରି ୨୨ କ୍ୟାରେଟ୍‌ ସୁନାର ଦର ମଧ୍ୟ ୧,୮୦୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ୍‌ ପିଛା ୧,୪୮,୨୦୦ ଟଙ୍କାରେ ପହଞ୍ଚିଛି।

ଚଳିତ ମାସର ୨ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ସୁନା ଦର ହ୍ରାସ ଧାରାରେ ଥିଲା। ହେଲେ ୭ ତାରିଖରେ ଏଥିରେ କିଛି ବୃଦ୍ଧି ଦେଖାଯାଇଥିଲା। କିନ୍ତୁ ଆଜି ପୁଣି ଦର ତଳକୁ ଖସିଛି।

ଅନ୍ୟପକ୍ଷରେ ରୁପା ଦର ଗତ କିଛି ଦିନ ଧରି ଅପରିବର୍ତ୍ତିତ ରହିଛି। ଭୁବନେଶ୍ୱର ବଜାରରେ ବର୍ତ୍ତମାନ ରୁପାର ଦର କିଲୋଗ୍ରାମ୍‌ ପିଛା ୨,୯୦,୦୦୦ ଟଙ୍କାରେ ଅଟୁଛି।

ବିଶ୍ୱ ବଜାରର ତଣାତଣି ଓ ମଧ୍ୟପ୍ରାଚ୍ୟ ପରିସ୍ଥିତି ଆଗାମୀ ଦିନରେ ସୁନା–ରୁପା ଦରରେ ଅଧିକ ପରିବର୍ତ୍ତନ ଆଣିପାରେ ବୋଲି ବଜାର ବିଶେଷଜ୍ଞମାନେ କହୁଛନ୍ତି।