ୱାଶିଂଟନ: Iran ବିରୋଧରେ ଚାଲିଥିବା ସାମରିକ ଅଭିଯାନ ମଧ୍ୟରେ United StatesIsrael ପାଇଁ ବଡ଼ ଧରଣର ସାମରିକ କ୍ଷତି ଘଟିଛି। ଶୁକ୍ରବାର United States Air Forceର ଏକ ଗୁରୁତ୍ୱପୂର୍ଣ୍ଣ ଇନ୍ଧନ ଯୋଗାଣ ବିମାନ Boeing KC-135 Stratotanker ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ବିମାନରେ ଥିବା ୬ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୪ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି।

United States Central Command (ସେଣ୍ଟକମ୍) ଅନୁସାରେ, ଏହି ଦୁର୍ଘଟଣାରେ ଦୁଇଟି ଇନ୍ଧନ ଟ୍ୟାଙ୍କର୍ ବିମାନ ସାମିଲ ଥିଲେ। ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ଦେଖାଯାଇଛି ଯେ ଦ୍ୱିତୀୟ ଆମେରିକୀୟ ଟ୍ୟାଙ୍କର୍ ବିମାନଟି କ୍ଷତିଗ୍ରସ୍ତ ଅବସ୍ଥାରେ Ben Gurion Airportରେ ଜରୁରୀକାଳୀନ ଅବତରଣ କରିଛି। ବିମାନର ପଛ ଅଂଶ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଆକାଶରେ ଇନ୍ଧନ ଭରାଯାଉଥିବା ସମୟରେ ଦୁଇଟି ଟ୍ୟାଙ୍କର୍ ବିମାନ ପରସ୍ପର ସହ ଧକ୍କା ଖାଇଥିଲା। ଏହାଫଳରେ ଗୋଟିଏ ବିମାନ ଖସିପଡ଼ିଥିବା ବେଳେ ଅନ୍ୟଟି ଜରୁରୀ ଅବତରଣ କରିବାରେ ସଫଳ ହୋଇଥିଲା।

ଅନ୍ୟପଟେ ସେଣ୍ଟକମ୍ ସ୍ପଷ୍ଟ କରିଛି ଯେ ଏହି ଦୁର୍ଘଟଣାରେ ଶତ୍ରୁପକ୍ଷର ଗୁଳିମାଡ଼ କିମ୍ବା ଆକ୍ରମଣର କୌଣସି ପ୍ରମାଣ ମିଳିନାହିଁ। ତଥାପି ଏଭଳି ଗୁରୁତ୍ୱପୂର୍ଣ୍ଣ ସାମରିକ ବିମାନର ନଷ୍ଟ ହେବା United States ପାଇଁ ବଡ଼ ଝଟକା ଭାବେ ଦେଖାଯାଉଛି। ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ସହ ଦୁର୍ଘଟଣାର କାରଣ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରାଯାଇଛି।