ୱାସିଂଟନ: ଇରାନର କିଛି ଶୀର୍ଷ ନେତାଙ୍କ ବିଷୟରେ ସୂଚନା ଦେଇଥିବା ବ୍ୟକ୍ତିଙ୍କ ପାଇଁ ଆମେରିକା ବଡ଼ ପୁରସ୍କାର ଘୋଷଣା କରିଛି। Donald Trumpଙ୍କ ନେତୃତ୍ୱାଧୀନ ଆମେରିକୀୟ ପ୍ରଶାସନ ଇରାନର ୧୦ ଜଣ ପ୍ରମୁଖ ନେତାଙ୍କ ସମ୍ପର୍କରେ ବିଶ୍ୱସନୀୟ ସୂଚନା ଦେବା ପାଇଁ ସର୍ବାଧିକ ୧୦ ମିଲିଅନ୍ ଡଲାର ପର୍ଯ୍ୟନ୍ତ ପୁରସ୍କାର ଘୋଷଣା କରିଛି।

ଆମେରିକାର United States Department of State ଏହି ଘୋଷଣା କରିଥିବା ବେଳେ ଇରାନର ନୂତନ ସର୍ବୋଚ୍ଚ ନେତା Mojtaba Khamenei ସହିତ କିଛି ବରିଷ୍ଠ ଅଧିକାରୀଙ୍କୁ ଏହାର ଲକ୍ଷ୍ୟ କରାଯାଇଛି। ଆମେରିକା ଦାବି କରିଛି ଯେ, ମୋଜତାବା ଖେମେନି ସମ୍ପ୍ରତି ହୋଇଥିବା ଆକ୍ରମଣରେ ଆହତ ହେଲେ ମଧ୍ୟ ସେ ଜୀବିତ ଅଛନ୍ତି।

ସୂଚନା ଅନୁସାରେ, ଏହି ୧୦ ଜଣ ଇରାନୀ ନେତାଙ୍କ ବିଷୟରେ ଯେକୌଣସି ବିଶ୍ୱସନୀୟ ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ୧୦ ମିଲିଅନ୍ ଡଲାର ପର୍ଯ୍ୟନ୍ତ ପୁରସ୍କାର ଦିଆଯିବ। ଆବଶ୍ୟକ ପଡିଲେ ସୂଚନାଦାତାଙ୍କୁ ସୁରକ୍ଷା ଦେବା ସହ ଅନ୍ୟ ଦେଶକୁ ସୁରକ୍ଷିତ ସ୍ଥାନାନ୍ତର କରିବା ପାଇଁ ମଧ୍ୟ ଆମେରିକା ପ୍ରତିଶ୍ରୁତି ଦେଇଛି।

ଏହି ତାଲିକାରେ Ali Asghar Hejazi ଏବଂ Ali Larijaniଙ୍କ ନାମ ମଧ୍ୟ ରହିଛି। ଏହି ପଦକ୍ଷେପ ମାଧ୍ୟମରେ ବୃଦ୍ଧି ପାଉଥିବା ଆତଙ୍କବାଦୀ କାର୍ଯ୍ୟକଳାପ ଓ Islamic Revolutionary Guard Corps (IRGC) ର ପ୍ରଭାବକୁ ରୋକିବା ଉଦ୍ଦେଶ୍ୟ ଥିବା କୁହାଯାଇଛି।

ଏପଟେ United StatesIsrael ଦ୍ୱାରା Iran ଉପରେ ହୋଇଥିବା ଏୟାର୍ ଷ୍ଟ୍ରାଇକ୍‌ ମଧ୍ୟରେ ଏହି ପୁରସ୍କାର ଘୋଷଣା ହୋଇଛି। ତେଲ ଢାଞ୍ଚାରୁ ଆରମ୍ଭ କରି ଇରାନର ଶୀର୍ଷ ନେତାମାନେ ପର୍ଯ୍ୟନ୍ତ ଏହି ଆକ୍ରମଣର ଲକ୍ଷ୍ୟରେ ରହିଛନ୍ତି। ଏହା ଦ୍ୱାରା ଏହି ସଂଘର୍ଷ ଶୀଘ୍ର ଶେଷ କରିବାକୁ ଆମେରିକା ପ୍ରୟାସ କରୁଥିବା ଦେଖାଯାଉଛି।