ତେହେରାନ୍: ହର୍ମୁଜ ପ୍ରଣାଳୀକୁ ନେଇ Iran ତାହାର କଠୋର ମନୋଭାବକୁ କିଛି ପର୍ଯ୍ୟନ୍ତ ନରମ କରିଛି। ଆମେରିକା ଓ ଇସ୍ରାଏଲ୍ ପରି ଶତ୍ରୁପକ୍ଷ ଦେଶଙ୍କୁ ଛାଡ଼ି ଅନ୍ୟ ସମସ୍ତ ଦେଶର ଜାହାଜ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ ପ୍ରଣାଳୀ ମାଧ୍ୟମରେ ଯାତାୟାତ କରିପାରିବ ବୋଲି ଇରାନ ପକ୍ଷରୁ ସୂଚନା ମିଳିଛି।
ଏହି ପରିବର୍ତ୍ତନ ଆସିଛି Donald Trumpଙ୍କ ୪୮ ଘଣ୍ଟିଆ କଠୋର ଚେତାବନୀ ପରେ। ଟ୍ରମ୍ପ ଚେତାବନୀ ଦେଇଥିଲେ ଯେ, ନିର୍ଦ୍ଧାରିତ ସମୟ ମଧ୍ୟରେ ଯଦି ହର୍ମୁଜ ପ୍ରଣାଳୀ ଖୋଲାଯିବ ନାହିଁ, ତେବେ ଇରାନର ଶକ୍ତିକେନ୍ଦ୍ରଗୁଡ଼ିକ ଉପରେ ସାମରିକ ଆକ୍ରମଣ ହେବ।
ଜାତିସଂଘରେ ଇରାନର ମତ
Ali Mousavi କହିଛନ୍ତି ଯେ, ଶତ୍ରୁପକ୍ଷ ଛାଡ଼ି ଅନ୍ୟ ସମସ୍ତ ଦେଶର ଜାହାଜ ତେହେରାନ ସହ ସମନ୍ୱୟ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହର୍ମୁଜ ପାର୍ କରିପାରିବ।
ସେ ଆହୁରି କହିଛନ୍ତି ଯେ, ଗଲ୍ଫ ଅଞ୍ଚଳରେ ସାମୁଦ୍ରିକ ସୁରକ୍ଷା ଓ ନାବିକମାନଙ୍କ ରକ୍ଷା ପାଇଁ United Nations ସଂସ୍ଥାମାନଙ୍କ ସହ ଇରାନ ସହଯୋଗ କରିବାକୁ ପ୍ରସ୍ତୁତ ଅଛି।
କୂଟନୀତିକୁ ଗୁରୁତ୍ୱ
ଇରାନ ସ୍ପଷ୍ଟ କରିଛି ଯେ, ସେ ଯୁଦ୍ଧ ପେକ୍ଷା କୂଟନୀତିକୁ ଅଧିକ ଗୁରୁତ୍ୱ ଦେଉଛି। କିନ୍ତୁ ସଂଘର୍ଷ ଶେଷ ହେବା ପରେ ପରସ୍ପର ମଧ୍ୟରେ ଭରସା ଓ ବିଶ୍ୱାସ ରହିବା ଆବଶ୍ୟକ ବୋଲି ଉଲ୍ଲେଖ କରାଯାଇଛି।
ନାଟୋର ଭୂମିକା
ଅନ୍ୟପଟେ NATO ଦେଶମାନେ ହର୍ମୁଜ ପ୍ରଣାଳୀରେ ଜାହାଜ ସୁରକ୍ଷା ପାଇଁ ଆମେରିକା ସହ ମିଶି କାମ କରିବାକୁ ଇଚ୍ଛୁକ ଥିଲେ ମଧ୍ୟ, ସେମାନେ ସିଧାସଳଖ ଭାବେ ଇରାନ ବିରୋଧୀ ଯୁଦ୍ଧରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିନଥିବା ସୂଚନା ମିଳିଛି।
ଏହି ପରିସ୍ଥିତିରେ ହର୍ମୁଜ ପ୍ରଣାଳୀକୁ ନେଇ ତଣାତଣି କିଛି ପର୍ଯ୍ୟନ୍ତ କମିଥିବା ବେଳେ ଆଗାମୀ ଦିନରେ ପରିସ୍ଥିତି କେମିତି ହେବ, ସେଥିପାଇଁ ସମସ୍ତଙ୍କ ନଜର ରହିଛି।





