ତେହେରାନ: ପଶ୍ଚିମ ଏସିଆରେ ଚାଲୁଥିବା Israel-Iran conflict ପରିପ୍ରେକ୍ଷୀରେ ଇରାନ ଏକ ବଡ଼ ଅର୍ଥନୈତିକ ଓ ରଣନୈତିକ ପଦକ୍ଷେପ ନେଇଛି। Iranର ସଂସଦୀୟ କମିସନ Strait of Hormuz ଦେଇ ଯାଉଥିବା ସମସ୍ତ ଜାହାଜ ଉପରେ ଟୋଲ୍ ଲାଗୁ କରିବା ପାଇଁ ଯୋଜନାକୁ ମଞ୍ଜୁରୀ ଦେଇଛି।

ଇରାନୀ ସରକାରୀ ମାଧ୍ୟମ ଅନୁଯାୟୀ, ଏହି ନୂଆ ବ୍ୟବସ୍ଥା ଅନୁସାରେ ପ୍ରଣାଳୀ ଦେଇ ଯାଉଥିବା ସମସ୍ତ ଜାହାଜକୁ ଇରାନୀ ମୁଦ୍ରା ‘ରିଆଲ୍’ ଆଧାରିତ ଟୋଲ୍ ଦେବାକୁ ପଡିବ। ଏହାକୁ ଜାହାଜ ସୁରକ୍ଷା, ପରିବେଶ ସୁରକ୍ଷା ଓ ଅର୍ଥନୈତିକ ପରିଚାଳନା ପାଇଁ ଦରକାରୀ ପଦକ୍ଷେପ ବୋଲି କୁହାଯାଇଛି।

ଏହି ଯୋଜନାରେ ଆମେରିକା ଓ ଇସ୍ରାଏଲ ସମ୍ପର୍କିତ ଜାହାଜଗୁଡ଼ିକୁ ପ୍ରଣାଳୀ ଦେଇ ଯାତାୟାତରେ ସମ୍ପୂର୍ଣ୍ଣ ନିଷେଧ ଲାଗୁ କରିବା ପ୍ରସ୍ତାବ ମଧ୍ୟ ରହିଛି। ତା ସହିତ, ଇରାନ ବିରୋଧୀ କଟକଣାରେ ସାମିଲ ଦେଶମାନଙ୍କ ଜାହାଜ ଉପରେ ମଧ୍ୟ ପ୍ରତିବନ୍ଧ ଲାଗୁ ହେବାର ସମ୍ଭାବନା ରହିଛି।

ଏହି ପଦକ୍ଷେପ ମାଧ୍ୟମରେ Iran ହର୍ମୁଜ୍ ପ୍ରଣାଳୀ ଉପରେ ନିଜର ନିୟନ୍ତ୍ରଣକୁ ଆଉ ମଜବୁତ କରିବାକୁ ଚେଷ୍ଟା କରୁଛି। ଏହା ସହିତ, ଏହି ପ୍ରଣାଳୀ ସମ୍ବନ୍ଧୀୟ ଆଇନଗତ ଢାଞ୍ଚା ଗଢ଼ିଉଠିବା ପାଇଁ Oman ସହ ମିଳିତ ସହଯୋଗ ପାଇଁ ମଧ୍ୟ ଆହ୍ୱାନ ଦିଆଯାଇଛି।

ବିଶ୍ୱର ତେଲ ଓ ଗ୍ୟାସ୍ ଯାତାୟାତରେ ହର୍ମୁଜ୍ ପ୍ରଣାଳୀର ଗୁରୁତ୍ୱ ଅତ୍ୟଧିକ ଥିବାରୁ, ଇରାନର ଏହି ନିଷ୍ପତ୍ତି ଆଗାମୀ ଦିନରେ ବିଶ୍ୱ ବାଣିଜ୍ୟ ଓ ଉର୍ଜା ବଜାର ଉପରେ ବଡ଼ ପ୍ରଭାବ ପକାଇପାରେ ବୋଲି ମନେ କରାଯାଉଛି।