ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀଙ୍କ ବିରୋଧରେ ଦେଇଥିବା ଏକ ମନ୍ତବ୍ୟକୁ ନେଇ ରୁଜୁ ହୋଇଥିବା ମାମଲାରେ ପବନ ଖେଡ଼ାଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଆଗୁଆ ଜାମିନ ମିଳିଛି।
ଏହି ନିଷ୍ପତ୍ତିକୁ ସେ “ଆଇନର ଶାସନର ବିଜୟ” ଏବଂ “କ୍ଷମତାର ଅପବ୍ୟବହାର କରୁଥିବା ଲୋକଙ୍କ ପାଇଁ ଚେତାବନୀ” ବୋଲି ବର୍ଣ୍ଣନା କରିଛନ୍ତି।
ଖେଡ଼ା ଅଭିଯୋଗ କରିଛନ୍ତି ଯେ, ଏହି ସମଗ୍ର ମାମଲା ରାଜନୈତିକ ପ୍ରତିଶୋଧ ପରାୟଣତା ଉପରେ ପର୍ଯ୍ୟବସିତ ଥିଲା ଏବଂ ତାଙ୍କ ବ୍ୟକ୍ତିଗତ ସ୍ୱାଧୀନତାକୁ ଦମନ କରିବାକୁ ଚେଷ୍ଟା କରାଯାଇଥିଲା।
ସେ ନିଜର ଆଇନଗତ ଦଳ (ବିଶେଷ କରି ଅଭିଷେକ ମନୁ ସିଂଘଭି) ଏବଂ କଂଗ୍ରେସର ଶୀର୍ଷ ନେତୃତ୍ୱ ଯଥା- ସୋନିଆ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ୍ଗେ ଓ ରାହୁଲ ଗାନ୍ଧୀଙ୍କୁ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି।
ପବନ ଖେଡା କହିଛନ୍ତି “ଯେପର୍ଯ୍ୟନ୍ତ ଆମେ ଏକ ସାମ୍ବିଧାନିକ ଗଣତନ୍ତ୍ରରେ ରହିଛୁ, ସେପର୍ଯ୍ୟନ୍ତ ରାଜନୈତିକ ପ୍ରତିଶୋଧ ପାଇଁ ବ୍ୟକ୍ତିଗତ ସ୍ୱାଧୀନତାକୁ ବଳି ଦିଆଯାଇପାରିବ ନାହିଁ।”ଏହି ଘଟଣାଟି ଭାରତୀୟ ରାଜନୀତିରେ ବ୍ୟକ୍ତିଗତ ସ୍ୱାଧୀନତା ଏବଂ ନ୍ୟାୟପାଳିକାର ସୁରକ୍ଷା କବଚକୁ ନେଇ ଏକ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି।




