ମଧ୍ୟମଗ୍ରାମ (ପଶ୍ଚିମବଙ୍ଗ): ପଶ୍ଚିମବଙ୍ଗ ବିଜେପି ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଜଣେ ଅତି ନିକଟତମ ସହଯୋଗୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। କୋଲକାତା ନିକଟସ୍ଥ ମଧ୍ୟମଗ୍ରାମ ଅଞ୍ଚଳରେ ବୁଧବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ବ୍ୟକ୍ତିଜଣଙ୍କ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ (PA) ଚନ୍ଦ୍ର ନାଥ ରଥ ବୋଲି ଚିହ୍ନଟ ହୋଇଛନ୍ତି।

ପ୍ରାଥମିକ ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଅତି ନିକଟରୁ ଚନ୍ଦ୍ର ନାଥଙ୍କ ଉପରକୁ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ପ୍ରାୟ ୪ ରାଉଣ୍ଡ ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ହସ୍ପିଟାଲରେ ପହଞ୍ଚିବା ନେଇ ସୂଚନା ରହିଛି। ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଥିବା ବେଳେ ଏହା ପଛରେ କେଉଁମାନଙ୍କ ହାତ ରହିଛି ଏବଂ ଏହାର କାରଣ କ’ଣ, ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।