କୋରାପୁଟରେ କାଦୁଅରେ ଫସିଲା ଆମ୍ବୁଲାନ୍ସ, ଘଣ୍ଟା ଘଣ୍ଟା ଛଟପଟ ହେଲେ ରୋଗୀ

ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର: ନାରାୟଣପାଟଣାରେ କାଦୁଅ ରାସ୍ତାରେ ଅଟକିଲା ଜରୁରୀକାଳୀନ ଗାଡ଼ି, କାହା ପାଇଁ ବିକାଶ? ଆମ୍ବୁଲାନ୍ସ ଗେରୁଆ, ହେଲେ ରାସ୍ତା କାଦୁଅମୟ! ଡୁମୁରିପଦର ଗାଁରେ ଆଦିବାସୀ ରୋଗୀଙ୍କ ଜୀବନ ସହ ଖେଳ।

ରାସ୍ତା ନାହିଁ ତ ବିକାଶ କାହିଁ? କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ଡୁମୁରିପଦର ଗ୍ରାମରୁ ଆସିଛି ସ୍ୱାସ୍ଥ୍ୟସେବାର ଏକ ଚିନ୍ତାଜନକ ଚିତ୍ର। କାଳବୈଶାଖୀ ବର୍ଷା ଯୋଗୁଁ କାଦୁଅ ରାସ୍ତାରେ ଫସିଗଲା ଜଣେ ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ। ସରକାର ଗାଡ଼ିର ରଙ୍ଗ ବଦଳାଇ ଗେରୁଆ ତ କରିଦେଲେ, ହେଲେ ଉପାନ୍ତ ଅଞ୍ଚଳର ଏହି କାଦୁଅ ରାସ୍ତାର ଅବସ୍ଥା କେବେ ବଦଳିବ? ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ଶାସନ କାଳରେ ବି ଉପାନ୍ତର ଆଦିବାସୀ ଏଭଳି ସମସ୍ୟା ଭୋଗୁଛନ୍ତି।