ୱାସିଂଟନ: Bill Gates ଆମେରିକାର ଏକ କଂଗ୍ରେସ କମିଟି ସମ୍ମୁଖରେ ହାଜର ହୋଇ କହିଛନ୍ତି ଯେ, ସେ Jeffrey Epsteinଙ୍କ ସହ ସମ୍ପର୍କରେ ଥିବା ସମୟରେ ତାଙ୍କ ଅପରାଧିକ କାର୍ଯ୍ୟକଳାପ ସମ୍ପର୍କରେ ଅବଗତ ନଥିଲେ। ଗେଟ୍ସଙ୍କ କହିବା ଅନୁସାରେ, ତାଙ୍କର ଦାନଶୀଳ କାର୍ଯ୍ୟକ୍ରମ ଏବଂ ସାମାଜିକ ପ୍ରକଳ୍ପ ପାଇଁ ପାଣ୍ଠି ସଂଗ୍ରହ ସମ୍ଭାବନା ନେଇ ସେ ଏପଷ୍ଟାଇନଙ୍କ ସହ କେତେକ ଥର ଭେଟିଥିଲେ।

ଗେଟ୍ସ ଦାବି କରିଛନ୍ତି ଯେ, ସେ କେବେ ମଧ୍ୟ ଏପଷ୍ଟାଇନଙ୍କୁ କୌଣସି ଅପରାଧ କରୁଥିବା ଦେଖିନଥିଲେ। କିନ୍ତୁ ପରେ ଏପଷ୍ଟାଇନ୍ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କିତ ସୂଚନା ଜାଣି ତାଙ୍କ ଉପରେ ଚାପ ପକାଇବା ଏବଂ ବ୍ଲାକମେଲ୍ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ସେ ଉଠାଇଛନ୍ତି।

ବ୍ୟକ୍ତିଗତ ଜୀବନକୁ ନେଇ ଚାପ ଦେଉଥିବା ଅଭିଯୋଗ

ଗେଟ୍ସଙ୍କ ଅନୁସାରେ, ଏପଷ୍ଟାଇନ୍ ଚାହୁଁଥିଲେ ଯେ ସେ ତାଙ୍କ ସହ ଯୋଗାଯୋଗ ଜାରି ରଖନ୍ତୁ ଏବଂ ଭବିଷ୍ୟତରେ ମଧ୍ୟ କାମ କରନ୍ତୁ। ସେ କହିଛନ୍ତି, ଏହି ଘଟଣା ତାଙ୍କ ପରିବାର ଉପରେ ମଧ୍ୟ ପ୍ରଭାବ ପକାଇଥିଲା ଏବଂ ତାଙ୍କ ବିଷୟରେ ଭ୍ରାନ୍ତିକର କାହାଣୀ ପ୍ରଚାର କରାଯାଉଥିଲା।

ତଦନ୍ତ ମଧ୍ୟରେ ଆସିଲା ବୟାନ

ଏହି ବୟାନ ଏପରି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ଆମେରିକାର ନ୍ୟାୟ ବିଭାଗ ଏପଷ୍ଟାଇନ୍‌ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ତଦନ୍ତ ଜାରି ରଖିଛି। ଗେଟ୍ସ ଏହି ସୂଚନା ବନ୍ଦ କକ୍ଷରେ ହୋଇଥିବା ସାକ୍ଷ୍ୟ ସମୟରେ ଦେଇଥିବା କୁହାଯାଉଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ଗେଟ୍ସ ଏପଷ୍ଟାଇନଙ୍କ ସହ ସମ୍ପର୍କ ରଖିବାକୁ “ଭୁଲ” ବୋଲି ସାର୍ବଜନୀନ ଭାବେ ସ୍ୱୀକାର କରିଥିଲେ।