ଭୁବନେଶ୍ୱର: ଚଳିତ ମୌସୁମୀ ଋତୁରେ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି କରିବାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବିଭିନ୍ନ ପାଣିପାଗ ନିୟାମକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ (IMD) ର ସଦ୍ୟତମ ତଥ୍ୟ ଅନୁଯାୟୀ, ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ରାଜ୍ୟରେ ମୋଟ ୧୦ଟି ପାଣିପାଗ ପ୍ରଣାଳୀ ସକ୍ରିୟ ହୋଇଥିଲା। ଏହି ନିୟାମକଗୁଡ଼ିକ ସମୁଦାୟ ୪୨ ଦିନ ଧରି ରାଜ୍ୟରେ ମୌସୁମୀକୁ ସକ୍ରିୟ ରଖିବା ସହ ମୋଟ ୧,୦୫୭.୮ ମିଲିମିଟର ବର୍ଷା କରାଇବାରେ ସହାୟକ ହୋଇଛନ୍ତି।

ସୃଷ୍ଟି ହୋଇଥିବା ପ୍ରଣାଳୀଗୁଡ଼ିକ ମଧ୍ୟରେ ୨ଟି ଗଭୀର ଅବପାତ, ୩ଟି ଅବପାତ, ୨ଟି ସୁଦୃଶ ଲଘୁଚାପ ଏବଂ ୩ଟି ସାଧାରଣ ଲଘୁଚାପ କ୍ଷେତ୍ର ଅନ୍ତର୍ଭୁକ୍ତ।

ଜୁଲାଇ ମାସ: ୩ଟି ପ୍ରଣାଳୀ (୪୮୧.୨ ମିମି ବର୍ଷା)

  • ଜୁଲାଇ ୧ – ୬: ଏକ ଅବପାତ ପ୍ରଭାବରେ ରାଜ୍ୟରେ ୨୧୩.୯ ମିମି ବର୍ଷା ରେକର୍ଡ ହୋଇଥିଲା।
  • ଜୁଲାଇ ୧୫ – ୧୮: ସୁଦୃଶ ଲଘୁଚାପ କ୍ଷେତ୍ର ଯୋଗୁଁ ୧୦୩.୯ ମିମି ବର୍ଷା ହୋଇଥିଲା।
  • ଜୁଲାଇ ୨୫ – ୨୯: ଏକ ଗଭୀର ଅବପାତ ସୃଷ୍ଟି ହୋଇ ୧୬୩.୪ ମିମି ବର୍ଷା କରାଇଥିଲା।

ଅଗଷ୍ଟ ମାସ: ୫ଟି ପ୍ରଣାଳୀ (୩୨୩.୪ ମିମି ବର୍ଷା)

  • ଅଗଷ୍ଟ ୮ – ୧୦: ଲଘୁଚାପ ପ୍ରଭାବରେ ୭୩.୮ ମିମି ବର୍ଷା।
  • ଅଗଷ୍ଟ ୧୨ – ୧୫: ଅବପାତ ଯୋଗୁଁ ୫୬.୩ ମିମି ବର୍ଷା।
  • ଅଗଷ୍ଟ ୧୬ – ୧୮: ଅନ୍ୟ ଏକ ଅବପାତରୁ ୬୦.୬ ମିମି ବର୍ଷା।
  • ଅଗଷ୍ଟ ୨୩ – ୨୫: ଲଘୁଚାପ କ୍ଷେତ୍ର ଯୋଗୁଁ ୭୮.୩ ମିମି ବର୍ଷା।
  • ଅଗଷ୍ଟ ୨୯ – ୩୧: ସୁଦୃଶ ଲଘୁଚାପ ପ୍ରଭାବରେ ୫୪.୪ ମିମି ବର୍ଷା ରେକର୍ଡ କରାଯାଇଥିଲା।

ସେପ୍ଟେମ୍ବର ମାସ: ୨ଟି ପ୍ରଣାଳୀ (୨୫୩.୨ ମିମି ବର୍ଷା)

  • ସେପ୍ଟେମ୍ବର ୧୦ – ୧୨: ଲଘୁଚାପ ପ୍ରଭାବରେ ୬୮.୮ ମିମି ବର୍ଷା ହୋଇଥିଲା।
  • ସେପ୍ଟେମ୍ବର ୨୨ – ୨୬: ଗଭୀର ଅବପାତ ଯୋଗୁଁ ରାଜ୍ୟରେ ୧୮୪.୪ ମିମି ପ୍ରବଳ ବର୍ଷା ହୋଇଥିଲା।