ଭୁବନେଶ୍ୱର:ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ଏବଂ ପରବର୍ତ୍ତୀ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହାକୁ ଦୃଷ୍ଟିରେ ରଖି ରିଲିଫ୍, ପୁନରୁଦ୍ଧାର, କ୍ଷେତ୍ରୀୟ ତଦାରଖ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଜିଲ୍ଲାରେ ଅସ୍ଥାୟୀ ଭାବେ ୩୦ ଜଣ OAS ଓ ORS ଅଫିସରଙ୍କୁ ନିୟୋଜିତ କରିଛନ୍ତି।

ଏହି ସମସ୍ତ ଅଧିକାରୀଙ୍କୁ ତୁରନ୍ତ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ସେମାନେ ଜିଲ୍ଲାରେ ଉପସ୍ଥିତ ରହି ଦାୟିତ୍ୱ ତୁଲାଇବେ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ୨୦ ଜଣ OAS-A (JB) ଏବଂ ORS ଅଫିସରଙ୍କୁ ରିଲିଫ୍ କାର୍ଯ୍ୟର ତଦାରଖ ପାଇଁ ଦାୟିତ୍ୱ ଦିଆଯାଇଛି। ସେମାନେ ହେଲେ:

  • ଦିନେଶ ବେହେରା (BDO, ଯୋଡ଼ା), ଅନିତା କୁମାରୀ ସାହୁ (ତହସିଲଦାର, ବୌଦ୍ଧ), ସପନ କୁମାର ସାହୁ (ତହସିଲଦାର, ବାରିପଦା), ଖୀରୋଦ ବିହାରୀ ଭରତ ନାଗ (ତହସିଲଦାର, ଭବାନୀପାଟଣା)।
  • ଜୁବୁଲି ଚରଣ ବେହେରା (ଡେପୁଟି କମିଶନର, KMC, କଟକ), ଜସ୍ମିନ୍ କୁମାର ପ୍ରଧାନ (BDO, ସିମିଳିଗୁଡ଼ା), ସୁଶାନ୍ତ କୁମାର ବାରିକ/ବାରାଲ (BDO, ତାଳଚେର), ଚିତ୍ତରଞ୍ଜନ ଦାସ (BDO, ବଡ଼ମ୍ବା)।
  • ବିକ୍ରମ କୁମାର ଡୋରା (BDO, ନାରାୟଣପାଟଣା), ଆୟୁଷୀ ପାଟି (BDO, ପଦ୍ମପୁର), କୁରେଶ ଚନ୍ଦ୍ର ଜାନୀ (BDO, ପଦ୍ମପୁର), ଅଶ୍ୱିନୀ କୁମାର ମହାପାତ୍ର (ପୂର୍ବତନ BDO, ବିରିଡ଼ି)।
  • ଅକ୍ଷୟ କୁମାର ମଲ୍ଲିକ (BDO, ପାଡ଼ିଆ), BDO, ବାଲିଗୁଡ଼ା (କନ୍ଧମାଳ), ସୁଧୀର କୁମାର ନନ୍ଦ (ତହସିଲଦାର, କାଶୀନଗର), ପ୍ରିୟଙ୍କା ପ୍ରିୟଦର୍ଶିନୀ (ତହସିଲଦାର, ଫୁଲବାଣୀ)।
  • କଳ୍ପନା ଦାସ (ତହସିଲଦାର, ବାଲିପାଟଣା), ତନ୍ମିତା କର (BDO, ବାସୁଦେବପୁର), ବିକାଶ ରଞ୍ଜନ (ତହସିଲଦାର, ବାଲିକୁଦା), ସୁଭେନ୍ଦୁ କୁମାର ଜେନା (ଡେପୁଟି କଲେକ୍ଟର, ଅନୁଗୋଳ) ଏବଂ ସୁଭପ୍ରକାଶ କାନୁନ୍‌ଗୋ (ଅତିରିକ୍ତ ତହସିଲଦାର, ଭୁବନେଶ୍ୱର)।

ଜିଲ୍ଲା ପ୍ରଶାସନକୁ ସହାୟତା ପାଇଁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ (GA & PG Department) ଅନ୍ୟ ୧୦ ଜଣ ବରିଷ୍ଠ OAS ଅଫିସରଙ୍କୁ ଗଞ୍ଜାମ ପଠାଇଛି:

  1. ଜ୍ୟୋତି ଶଙ୍କର ରାୟ, OAS (S) – ଅତିରିକ୍ତ ଜିଲ୍ଲାପାଳ, ଜଗତସିଂହପୁର।
  2. ଗାୟତ୍ରୀ ଦତ୍ତ ନାୟକ, OAS (S) – ଯୁଗ୍ମ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ।
  3. ଗଦାଧର ପାତ୍ର, OAS Gr.A (SB) – ଉପ-ସଚିବ, ଓଡ଼ିଶା ଖାଦି ଓ ଗ୍ରାମୋଦ୍ୟୋଗ ବୋର୍ଡ।
  4. ଦୟାସିନ୍ଧୁ ପରିଡ଼ା, OAS Gr.A (SB) – ଉପ-ଜିଲ୍ଲାପାଳ, କରଞ୍ଜିଆ।
  5. ମନୋରଞ୍ଜନ ସାହୁ, OAS Gr.A (SB) – ଉପ-ଜିଲ୍ଲାପାଳ, ଭୁବନେଶ୍ୱର।
  6. ସୁବ୍ରତ କୁମାର ଜେନା, OAS Gr.A (SB) – ଲ୍ୟାଣ୍ଡ ଅଫିସର, ଇଡ୍‌କୋ, ଭୁବନେଶ୍ୱର।
  7. ହଳଧର ସବର, OAS Gr.A (SB) – ପ୍ରକଳ୍ପ ପ୍ରଶାସକ (PA), ITDA, ମାଲକାନଗିରି।
  8. ଅଂଶୁମାନ ମହାପାତ୍ର, OAS Gr.A (SB) – ପ୍ରକଳ୍ପ ପ୍ରଶାସକ (PA), ITDA, ପାରଳାଖେମୁଣ୍ଡି।
  9. ସିପକ କୁମାର ପାତ୍ର, OAS Gr.A (SB) – ଉପ-ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗ।
  10. ମନ୍ମଥ କୁମାର ନାୟକ, OAS Gr.A (SB) – ଡେପୁଟି କମିଶନର, BMC, ଭୁବନେଶ୍ୱର।

ଜିଲ୍ଲାର ବିପନ୍ନ ଅଞ୍ଚଳରେ ରିଲିଫ୍ ସାମଗ୍ରୀ ବଣ୍ଟନ ଓ ପୁନରୁଦ୍ଧାର କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିବାକୁ ଗଞ୍ଜାମ ଜିଲ୍ଲାପାଳ ଏହି ଅଧିକାରୀମାନଙ୍କୁ ବିଭିନ୍ନ ବ୍ଲକ୍ ଓ ପଞ୍ଚାୟତ ଦାୟିତ୍ୱ ବଣ୍ଟନ କରିବେ।