ଭୁବନେଶ୍ୱର, ୧ ଜୁନ୍: ଓଡ଼ିଶାର ଦୁଗ୍ଧଚାଷୀମାନେ ଆଜିଠାରୁ ଅଧିକ ଦରରେ ଦୁଧ ବିକ୍ରି କରିପାରିବେ। ଓମ୍ଫେଡ୍ ସଂପୃକ୍ତ ଦୁଗ୍ଧ ଉତ୍ପାଦକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ତାଙ୍କ ଅନୁସାରେ, ଆଜିଠାରୁ ଚାଷୀମାନେ ପ୍ରତିଲିଟର ଦୁଧ ପଛରେ ଅତିରିକ୍ତ ୩ ଟଙ୍କା ରେମୁନେରେସନ୍ ପାଇବେ।
ଏହି ବୃଦ୍ଧି ମଧ୍ୟରୁ ୨ ଟଙ୍କା ଦୁଧ ଖାଉଟିମାନେ ବହନ କରିବେ ଓ ବାକି ୧ ଟଙ୍କା ସରକାର ଭାଗ ଦେବାକୁ ସହମତ ହୋଇଛି। ଏହି ପଦକ୍ଷେପ ଫଳରେ ରାଜ୍ୟର ୨.୫ ଲକ୍ଷ ଦୁଗ୍ଧ ଉତ୍ପାଦକ ଲାଭାନ୍ବିତ ହେବେ ବୋଲି ସରକାର ଆଶା କରୁଛି।
ସେହିପରି, ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଯଦି କୌଣସି ଦୁଗ୍ଧଚାଷୀଙ୍କ ଅକାଳ ମୃତ୍ୟୁ ଘଟେ, ତେବେ ସେମାନଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ଜୀବନ ବୀମା ରାଶି ଦିଆଯିବ। ଏହା ଦ୍ୱାରା ଦୁଗ୍ଧ ଉତ୍ପାଦନ ଅନୁଲଗ୍ନ ନିଜେର ଆର୍ଥିକ ସୁରକ୍ଷା ଓ ଉନ୍ନତିକୁ ଗୁରୁତ୍ୱ ଦିଆଯାଇଛି।