ଭୁବନେଶ୍ୱର: UPSC ପ୍ରସ୍ତୁତିକୁ ଆରମ୍ଭ କରିଥିବା ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର। ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ଆଗାମୀ UPSC ପରୀକ୍ଷା ପାଇଁ ୫୦୦ ଯୁବପିଢ଼ୀଙ୍କୁ ୧୧ ମାସର ମାଗଣା କୋଚିଂ ଯୋଗାଇଦିଆଯିବା ଘୋଷଣା କରାଯାଇଛି। ଏହି କୋଚିଂରେ ପ୍ରିଲିମିନାରି, ମେନସ୍ (GS ଓ ଅପସନାଲ୍) ବିଷୟ ଅନ୍ତର୍ଭୁକ୍ତ ରହିବ।

ଆବେଦନର ପ୍ରକ୍ରିୟା ଓ ତାରିଖ:

  • ଆବେଦନ ଆରମ୍ଭ: ୩ ଜୁନ ୨୦୨୫ (ଦିନ ୧୨ଟା)
  • ଶେଷ ତାରିଖ: ୧୨ ଜୁନ ୨୦୨୫
  • ଆବେଦନ ମାଧ୍ୟମ: https://samsodisha.gov.in

ପରୀକ୍ଷା ଓ ଆଡମିଟ କାର୍ଡ:

  • ପରୀକ୍ଷା ତାରିଖ: ୬ ଜୁଲାଇ ୨୦୨୫
  • ଆଡମିଟ କାର୍ଡ ଉପଲବ୍ଧ: ୧ ଜୁଲାଇ ୨୦୨୫ରୁ SSB ୱେବସାଇଟ୍‌ରେ

ଅନ୍ୟାନ୍ୟ ବିବରଣୀ:

  • ପରୀକ୍ଷା ପାଇଁ ଆବଶ୍ୟକ ତଥ୍ୟ OCAC ଦ୍ୱାରା ୧୫ ଜୁନ ୨୦୨୫ରେ SSB କୁ ପ୍ରଦାନ କରାଯିବ
  • ଅଧିକ ସୂଚନା ପାଇଁ ଏହି ୱେବସାଇଟଗୁଡିକୁ ଦେଖନ୍ତୁ:

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ନାତକ ଉତ୍ତୀର୍ଣ୍ଣ ଯୁବପିଢି UPSC ଯାତ୍ରା ଆରମ୍ଭ କରିପାରିବେ ଏବଂ ରାଜ୍ୟ ଓ ଦେଶ ସେବାରେ ଅବଦାନ ରଖିପାରିବେ।