ଯାଜପୁର, ଜୁନ୍ ୨୩: ଓଡ଼ିଶା ଗସ୍ତରେ ଆସିଥିବା ଦିଲ୍ଲୀର ଜଣେ ଯୁବତୀ ଉପରେ ଯାଜପୁର ଜିଲ୍ଲା ଦଶରଥପୁର ଅଞ୍ଚଳରେ ଦୁଇ ଯୁବକ ଦ୍ୱାରା ଅସଦାଚରଣ ଘଟିଥିବା ଘଟଣାରେ ପୁଲିସ ନିଷ୍କ୍ରିୟତା ନେଇ ଉତ୍ତେଜନା ପ୍ରକାଶ ହୋଇଛି।
ସୂତ୍ରମତେ, ଦିଲ୍ଲୀର ତପସ୍ୱିନୀ ଦାସ ନିଜ ପିତାଙ୍କ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେବା ପାଇଁ ଗାଁକୁ ଆସିଥିଲେ। ତାଙ୍କ ସହ ଦିଲ୍ଲୀରୁ ଏକ ବନ୍ଧୁ ମଧ୍ୟ ଥିଲେ। ଦୁଇଜଣ ଶକ୍ତିପୀଠ ମା’ ବିରାଜା ମନ୍ଦିର ପରିଦର୍ଶନ କରି ଘରକୁ ଫେରୁଥିବାବେଳେ, ରାସ୍ତାରେ ଅନିଲ ଓ ନିତେଶ ଜେନା ନାମକ ଦୁଇ ଯୁବକ ତାଙ୍କ ସହିତ ଅସଦାଚରଣ କରିଥିଲେ।
ଯୁବତୀଙ୍କ ଭାଇ ଓ ଅନ୍ୟ ବନ୍ଧୁମାନେ ବିରୋଧ କରିଲେ ବି, ଅଭିଯୁକ୍ତମାନେ ସେମାନଙ୍କୁ ମାଡ଼ ମାରିଥିଲେ ଓ ଅପଶବ୍ଦ ବ୍ୟବହାର କରିଥିଲେ। ଯୁବତୀ ଏବଂ ତାଙ୍କ ବନ୍ଧୁ