ଭୁବନେଶ୍ୱର, ୨୭ ଜୁନ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୩୦ ତାରିଖ ସକାଳ ୧୦:୩୦ରେ ରାଜଧାନୀ ଭୁବନେଶ୍ୱରର ୟୁନିଟ୍-୨ ଅଶୋକନଗର ଅବସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟ) ଠାରେ ଜନସାଧାରଣଙ୍କ ଅଭିଯୋଗ ଶୁଣିବେ।

ଏହି କାର୍ଯ୍ୟକ୍ରମ ପାଇଁ ଅନ୍ଲାଇନ ପଞ୍ଜୀକରଣ ପ୍ରକ୍ରିୟା ଶୁକ୍ରବାରଠାରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ମୋଟ ୧,୦୦୦ ଜଣ ଲୋକଙ୍କ ପଞ୍ଜୀକରଣ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିଥିବା ଥିବେ। ଆଗ୍ରହୀ ନାଗରିକମାନେ ଜନଶୁଣାଣି ପୋର୍ଟାଲ୍ ବା ଜନଶୁଣାଣି ମୋବାଇଲ ଆପ୍‌ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ନିଜ ଅଭିଯୋଗ ପ୍ରସ୍ତୁତ କରିବା ପାଇଁ ପଞ୍ଜୀକରଣ କରିପାରିବେ।

ପଞ୍ଜୀକୃତ ଲୋକମାନେ ନିଜର ସ୍ବୀକୃତିପତ୍ର, ପରିଚୟପତ୍ର ଓ ଅଭିଯୋଗପତ୍ର ସହ ଉଲ୍ଲିଖିତ ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ହେବାକୁ ପଡ଼ିବ। ଏହାସହିତ, ଜନସାଧାରଣ ସହଜରେ ଶୁଣାଣି ସ୍ଥଳରେ ପହଞ୍ଚିପାରିବା ପାଇଁ କ୍ୟୁଆର୍ କୋଡ୍‌ ସ୍କାନ୍ କରି ଗୁଗୁଲ୍‌ ମ୍ୟାପ୍‌ ସହଯୋଗ ମଧ୍ୟ ଦିଆଯାଇଛି।

ଏହି କାର୍ଯ୍ୟକ୍ରମ ସଫଳ କରିବା ପାଇଁ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ତରଫରୁ ନିୟମିତ ଖବର ଓ ସୂଚନା ମଧ୍ୟ ଦିଆଯାଉଛି।