ରାଉରକେଲା: ଓଡ଼ିଶା-ଝାରଖଣ୍ଡ ସୀମା ଅଞ୍ଚଳରେ ସ୍ଥିତ ସରଣ୍ଡା ଜଙ୍ଗଲରୁ ସୁରକ୍ଷା ବାହିନୀ ବଡ଼ ପରିମାଣର ବିସ୍ଫୋରକ ଓ ଗ୍ରେନେଡ୍ ଜବତ କରିଛି। ଏହି ଅପରେସନ୍‌କୁ ମାଓବାଦୀ ଗତିବିଧି ବିରୋଧରେ ଗୁରୁତ୍ୱପୂର୍ଣ୍ଣ ବଢ଼ିଚାଳି ଅଭିଯାନ ବୋଲି ଗଣାଯାଉଛି।

ଚାଇବାସା ଟୋକଲ ଥାନା, ଖରସୁଆଁ, କୁଚାଇ ଥାନା ଅଞ୍ଚଳ ଏବଂ ସରଣ୍ଡା ଜଙ୍ଗଲରେ ଅଭିଯାନ ଚାଳାଇ ଝାଡ଼ଖଣ୍ଡ ଜାଗୁଆର, CRPF ଓ ଅନ୍ୟ ସୁରକ୍ଷା ବାହିନୀ ୧୪ଟି IED ବୋମା, ଦେଶୀ ଗ୍ରେନେଡ୍, ଆମୋନିଅମ ନାଇଟ୍ରେଟ ପାଉଡର, ବାରୁଦ ଓ ଅନ୍ୟାନ୍ୟ ବିସ୍ଫୋରକ ଉପକରଣ ଜବତ କରିଛନ୍ତି। ସମସ୍ତ ବିସ୍ଫୋରକ ବସ୍ତୁ ପରେ ନଷ୍ଟ କରାଯାଇଛି।

ସୂଚନା ଅନୁଯାୟୀ, ମାଓ ନେତା ଅସୀମ ମଣ୍ଡଳ, ମିସିର ବେସରା ଓ ମୋଛୁ ଅନମୋଲ ଏଠି ଏକ୍ଟିଭ୍ ଥିବା ନେଇ ଅନୁମାନ କରାଯାଉଛି। ଏହି ଅଞ୍ଚଳକୁ ମାଓ ଗତିବିଧିର ଗୁରୁତ୍ୱପୂର୍ଣ୍ଣ ଅଡ଼ା ବୋଲି ଧରାଯାଉଥିବାରୁ ସୁରକ୍ଷା ବାହିନୀ ଲଗାତାର ଚଢ଼ାଉ ଓ ଅପରେସନ୍ ଚାଳାଉଛନ୍ତି।