ନୂଆଦିଲ୍ଲୀ (୨୪ ଜୁଲାଇ): ରୁଷିଆର ସାଇବେରିଆ ଅଞ୍ଚଳରେ ଏଏନ-୨୪ ପ୍ରକାରର ଏକ ଯାତ୍ରୀବାହୀ ବିମାନ ଜଙ୍ଗଲ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ପରେ ଏକ ଭିଡିଓ ଏବେ ଭାଇରାଲ ହେଉଛି, ଯେଉଁଥିରେ ବିମାନ ଭଗ୍ନାବଶେଷ ରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି।

ବିମାନଟି ଅମୁର ଅଞ୍ଚଳର ଟିଣ୍ଡା ନାମକ ସ୍ଥାନ ନିକଟରେ ଖସିପଡିଥିବା ସୂଚନା ମିଳିଛି। ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ, ବିମାନରେ ୪୯ ଜଣ ଯାତ୍ରୀ ଥିଲେ ବୋଲି ଆଶଙ୍କା କରାଯାଉଛି। ବିମାନ ଉଡାଣ ମଧ୍ୟରେ ଏୟାର ଟ୍ରାଫିକ୍ ନିୟନ୍ତ୍ରକମାନଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବା ପରେ ଏହା ରାଡାରରୁ ଅଦୃଶ୍ୟ ହୋଇଯାଇଥିଲା।

ଏହି ଦୁର୍ଘଟଣା ପାଇଁ ପାଇଲଟଙ୍କ ତ୍ରୁଟି କୁ ଦାୟୀ ଧରାଯାଉଛି। ଦୁର୍ବଳ ଦୃଶ୍ୟମାନତା ଓ ଅବତରଣ ସମୟରେ ସଠିକ୍ ନିୟନ୍ତ୍ରଣ ନ ଥିବାରୁ ଏହି ଦୁର୍ଘଟଣା ଘଟିଥିବାର ସନ୍ଦେହ ଜଣାଯାଇଛି। ଏଥିରେ କେହି ବଞ୍ଚିଥିବେ ବୋଲି କୌଣସି ଆଶା ନାହିଁ ବୋଲି ଅଧିକାରୀମାନେ କହିଛନ୍ତି।

ଏହି ବିମାନ ସାଇବେରିଆ ଅଧିସ୍ଥିତ ଅଙ୍ଗାରା ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ହେଉଥିଲା। ବିମାନ ନିଜ ଗନ୍ତବ୍ୟସ୍ଥଳକୁ ପହଞ୍ଚିପାଗୁଡ଼େ ରାଡାରରୁ ହଟିଯିବା ପରେ, ଏହାର ଭଗ୍ନାଂଶ ଜଙ୍ଗଲ ମଧ୍ୟରେ ମିଳିଥିଲା।