ଭୁବନେଶ୍ୱର, ୨୮ ଜୁଲାଇ | ରବି ଋତୁରେ ଧାନ ସଂଗ୍ରହ ପାଇଁ ଚାଷ ନକରି ମିଥ୍ୟା ତଥ୍ୟ ଦେଇଥିବା ଚାଷୀଙ୍କ ଭାଣ୍ଡାଫୋଡ଼ ହେବା ପରେ, ରାଜ୍ୟ ସରକାର ଅନୁସନ୍ଧାନ ଆରମ୍ଭ କରିଛି। ଏହି ଘଟଣାରେ ଏକ୍ସନ ନେଇ ସରକାର ୧ ଲକ୍ଷ ୮୧ ହଜାର ୬୮୪ ଟି ଜମିରେ ଚାଷ ନହୋଇଥିବା ଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଏହି ଚାଷୀମାନେ ଜମିରେ ଚାଷ ନକରି ମଧ୍ୟ ଧାନ ସଂଗ୍ରହ ପାଇଁ ଅନଲାଇନ ରେ ନିଜ ପଞ୍ଜିକରଣ କରିଥିଲେ। ସାଟେଲାଇଟ ସର୍ଭେ ମାଧ୍ୟମରେ ଏହି ମିଥ୍ୟା ତଥ୍ୟ ଧରାପଡ଼ିଛି।
ସରକାର ଏହି ଅନିୟମ ଉପରେ ଏକ ଗମ୍ଭୀର ଦୃଷ୍ଟି ଦେଖାଇ, ଚାଷୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ସମସ୍ତଙ୍କୁ ୭ ଦିନ ମଧ୍ୟରେ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ପଷ୍ଟୀକରଣ ନ ଦେଲେ, ସେମାନେ ଏହି ବର୍ଷ ଧାନ ସଂଗ୍ରହ ଯୋଜନାରୁ ବାଦ ପଡ଼ିବେ।
୨୦୨୪-୨୫ ରବି ଋତୁ ପାଇଁ ଧାନ ସଂଗ୍ରହ ନିମନ୍ତେ ପଞ୍ଜିକରଣ କରାଯାଇଥିଲା, ଯାହା ଏବେ ଗଭୀର ଅନୁସନ୍ଧାନ ଅଧୀନ ରହିଛି।





